ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ ଛାତ୍ରୀଙ୍କୁ ବିଦ୍ୟାଳୟରେ ସ୍ୱାଗତ
Sixth and seventh grade roof students are welcome at the school
ସାକ୍ଷୀଗୋପାଳ----- କରୋନା କଟକଣା ଯୋଗୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବଲା । ସରକାରଙ୍କ ନିସ୍ପତି କ୍ରମେ ଆଗରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଖୋଲିଥିଲା । ଆଜି ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିଛି । ସତ୍ୟବାଦୀ ବ୍ଳକ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟର ୬ଓ ୭ମ ଶ୍ରେଣୀର ପିଲା ମାନେ ଆଗ୍ରହ ସହକାରେ ବିଦ୍ୟାଳୟ ଆସିଥିବାର ଦେଖାଯାଇଛି । ପିଲା ମାନଙ୍କୁ ସ୍ୱାଗତ କରିବା ପାଇଁ କୋଭିଡ ନିୟମ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଓ ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ ପିଲାମାନଙ୍କୁ ଚକୋଲେଟ ଓ ଫୁଲ ଦେଇ ସ୍ୱାଗତ କରିବା ସହ ସମସ୍ତେ ମୁହଁରେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।
=ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୧/୨୦୨୧----୮,୧୦
Sakhigopal News, 15/11/2021