>>
  • ମକରା ନଦୀରେ କୁମ୍ଭୀର ଆତଙ୍କ ; ବନ ବିଭାଗ ଓ ପୁଲିସ କୁମ୍ଭୀରକୁ ଖୋଜି ଖୋଜି ନୟାନ୍ତ
  • >>
  • ସାତ ରଙ୍ଗ ଓ ସାତଟି ଗଳ୍ପର ଚଳଚିତ୍ର ଇନ୍ଦ୍ରଧନୁ
  • >>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • >>
  • ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ
  • >>
  • ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ
  • >>
  • ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ
  • >>
  • ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା
  • >>
  • ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା
  • >>
  • ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
  • >>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • >>
  • କଣାସ ଅଞ୍ଚଳରୁ ୩ମାସ ହେଲା ଝାଡାବାନ୍ତି ପିଛାଛାାଡୁନି; ଆଜି ୧୦ ଆକ୍ରାନ୍ତ
  • >>
  • ଅଗ୍ନିକାଣ୍ଡଘଟି ୨ବଖରା ଘର ଜଳିଗଲା
  • ପଣ୍ଡରା ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ


    A blood donation camp has been organized by the Pandara Youth Forum


    ବରଗଡ---- କାର୍ତ୍ତିକ ଶୁକ୍ଳ ପକ୍ଷ ଏକାଦଶୀ ଦିନ ବରଗଡ଼ ଜିଲ୍ଲା ବରିକେଲ ଗ୍ରାମର ରାଜବୋଡାସମ୍ବର ଗ୍ରାମର ଯୁବକ ମାନଙ୍କୁ ନେଇ ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚ ର ପ୍ରଥମ ଯୁବ ଚିନ୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପଣ୍ଡିତ ସୁରେଶ ଚୌହାନ ସଭାପତିତ୍ୱ କରିଥିଲେ । ଏହି ସଭାରେ ଅଞ୍ଚଳର ଅନେକ ଜ୍ଞାନୀ ଗୁଣୀ ବ୍ୟକ୍ତି ଏବଂ ଯୁବଗୋଷ୍ଠୀ ଯୋଗଦେଇ  ଜାତିର ଅସ୍ମିତା, ସଂହତି ଓ ପ୍ରଗତି ଉପରେ ଆଲୋଚନା କାରିଥିଲେ । ଉକ୍ତ ସଭାରେ ଜାତିର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରିବାର ସ୍ଥିରୀକୃତ କରାହେଇଛି । ପ୍ରଗତିଶୀଳ ପଣ୍ଡରା ଯୁବା ମଞ୍ଚର ରାଜ୍ୟ ଶାଖା ତରଫରୁ  ହେମନ୍ତ ଦିଶ୍ରୀ ଓ  ବୀରେନ୍ଦ୍ର ଦେହୁରୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ଯୁବମଞ୍ଚ ର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ କୁ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ । ପର୍ଯ୍ୟବେକ୍ଷକ ଦ୍ବୟଙ୍କ ଉପସ୍ଥିତି ରେ ରାଜବୋଡାସମ୍ବର ଶାଖା ପ୍ରଗତିଶୀଳ ଯୁବା ମଞ୍ଚ ର ପରିଚାଳନା କମିଟି ଗଠନ କରାଯାଇଥିଲା । ଏହି କମିଟିରେ  ଡମ୍ବରୁଧର ସାହାଙ୍କୁ-ସଂଯୋଜକ, ଟିକେଲାଲ ବାରିକ ଙ୍କୁ-ସହ ସଂଯୋଜକ, ଦୋଳଗୋବିନ୍ଦ ବଡଗୁଛିଆ ଙ୍କୁ କୋଷାଧ୍ୟକ୍ଷ, ତୋଷଧର ପାଣ୍ଡେ ଙ୍କୁ ପଦ୍ମପୁର ଜୋନ ସମନ୍ୱୟକ, ପଦ୍ମଲୋଚନ ବାରିକ ଙ୍କୁ ଝାରବନ୍ଧ ଜୋନ ସମନ୍ୱୟକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଅବସରରେ ସମଲେଶ୍ୱରୀ କଲ୍ୟାଣମଣ୍ଡପ ରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ଯେଉଁଠି ପଣ୍ଡରା ଯୁବମଞ୍ଚ ର 20ଜଣ, ବରିକେଲ ଗ୍ରାମର ଅନ୍ୟାନ୍ୟ ମାନବବାଦୀ ଚିନ୍ତାଧାରାର 9 ଜଣ ତଥା ପ୍ରଗତିଶୀଳ ପଣ୍ଡରା ଯୁବ ମଞ୍ଚର Women Wing"ପଣ୍ଡରା ନାରୀଶକ୍ତି " ତରଫରୁ ଶ୍ରୀମତୀ ଲୋପାମୁଦ୍ରା ସାହା ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ  ନେତ୍ରାନନ୍ଦ ସାହା, କୃଷ୍ଣଚନ୍ଦ୍ର ଚୌହାନ, ବନମାଳୀ ଚୌହାନ, ଲୋକନାଥ ଚୌହାନ, ଈଶ୍ୱର ଦିଶ୍ରୀ ଏବଂ ବୁଦ୍ଧ ଦେବ ବିଶି ସୁଚାରୁ ରୂପେ ପରିଚାଳନା କରିଥିଲେ  ।  ପରିଶେଷରେ ପଣ୍ଡିତ ସୁରେଶ ଚନ୍ଦ୍ର ଚୌହାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାର ଶେଷ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୧୧/୨୦୨୧।   Sakhigopal News, 15/11/2021

    Blog Archive

    Popular Posts