Breaking News

ପୈତୃକ ସମ୍ପତିକୁ ନେଇ ପରିବାରେରେ ଗଡିଲା ମୁଣ୍ଡ, ଦିଅର ଧକ୍କାରେ ଭାଉଜ ମୃତ୍ୟୁ;

 The family rolled over their ancestral property, and the brother-in-law died in the collision of the deer;

ଜଟଣୀ-----  ସମ୍ପତିକୁ ହାତେଇବାଲାଗି  ଗଡିଲା ମୁଣ୍ଡ । ସମ୍ପତି ଭାଗବଣ୍ଟାକୁ  କେନ୍ଦ୍ରକରି ଠେଲାପେଲା ଓ ଧସ୍ତାଧସ୍ତିରେ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାର ସୁତ୍ରଧର ଭିଣୋଇ ଏବଂ ଶାଳକଙ୍କୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ପୁଲିସ ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ କୁଦିଆରୀ ଗ୍ରାମର ସ୍ୱର୍ଗତ କୃର୍ଷ୍ଣଚନ୍ଦ୍ର ସାହୁଙ୍କ ଚାରିପୁଅଙ୍କ ମଧ୍ୟରୁ ବଡପୁଅ ଅଶୋକ ଗ୍ରାମରେ ପୈତୃକ ସମ୍ପତିରେ ରହୁଥିଲେ । ଅନ୍ୟ ତିନିଜଣ ଭାଇ ପୈତୃକ ସମ୍ପତିରେ ନରହି ବାହାରେ ରହୁଥିଲେ । ତେବେ ଗତ ଫେବୃୟାରୀ ମାସରେ ଏହି ଜମିଜମା ଭାଗବଣ୍ଟା=ାକୁ ନେଇ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବୈଠକ ହୋଇଥିଲା । ମାତ୍ର ତାହା ସମାଧାନ ହୋଇ ପାରିନଥିଲା । ତେଣୁ ଏନେଇ ଘଟଣାଟି ଜଟଣୀଥାନାକୁ ଯାଇଥିଲା । ତେବେ ଏହି ଘଟଣାର ବିବାଦ ଲାଗି ରହିଥିବା ବେଳେ ରବିବାର ସଂଧ୍ୟାରେ ଅଶୋକଙ୍କ ସାନଭାଇ ଅଜୟ ଏବଂ ତାଙ୍କ ଶାଳକ ଅଜୟଙ୍କ ପୈତୃକ ଘରେ ପହଁଚି ଉକ୍ତ ଘରୁ ଘରର ଆସବାବପତ୍ର କାଢିବା ସହିତ ସମସ୍ତ ଘରେ ତାଲା ପକାଇଥିଲେ । ତେବେ ଏନେଇ ବଡଭାଇ ଅଶୋକ ଏହାକୁ ବିରୋଧ କରିଥିଲେ । ଏଥିରେ ଅଜୟ ଏବଂ ତାର ଶାଳକ ବଡଭାଇ ଅଶୋକଙ୍କୁ ଗାଳିଗୁଲଜ କରିବା ସହିତ ଠେଲାପେଲା କରିଥିଲେ । ଏଥିରେ ଅଶୋକ ତଳେ ପଡିଯାଇଥିଲେ । ଏହା ଦେଖି ଅଶୋକଙ୍କ ସ୍ତ୍ରୀ ପୁଷ୍ପଶ୍ରୀ ଘଟଣାସ୍ଥଳରେ ପହଁଚି ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଉତ୍ୟକ୍ତ ଶଳା ଓ ଭିଣୋଇ ଦୁହେଁ ପୁଷ୍ପଶ୍ରୀଙ୍କୁ ଠେଲିଦେଇଥିଲେ । ଘଟଣାସ୍ଥଳରେ ପୁଷ୍ପିତା ତଳେ ପଡିଯାଇ ସଂଜ୍ଞାହୀନ ହୋଇଯାଇଥିଲେ । ଏହା ଦେଖି ପଡେଶୀ ଘରର ଲୋକମାନେ ପୁଷ୍ପଶ୍ରୀଙ୍କୁ ତୁରନ୍ତ ଜଟଣୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଅନ୍ୟପଟେ ଗ୍ରାମବାସୀମାନେ ଶଳା ଓ ଭିଣୋଇଙ୍କୁ ପୁଲିସ ଜିମାରେ ଦେଇଥିଲେ । ଏନେଇ ଜଟଣୀଥାନାରେ ଅଶୋକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ କେଶ ନଂ ୫୮୭/୨୧ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଏଥିରେ ସଂପୃକ୍ତ ଅଟକ ଶଳା ଓ ଭିଣୋଇଙ୍କୁ  କୋର୍ଟ ଚାଲାଣ କରାଯାଇଛି ବୋଲି ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁଙ୍କ ଠାରୁ ସୁଚନା ମିଳିଛି । 

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, =୯/୧୧/୨୦୨୧-----୮,୧୫    

Sakhigopal News, 9/11/2021


Blog Archive

Popular Posts