ବରଗଡ ସହରର ୱାର୍ଡ ସଂଖ୍ୟା ବୃଦ୍ଧି ପାଇଁ ବିଜେପି ର ଦାବି
The BJP has demanded an increase in the number of wards in Bargarh
ବରଗଡ-----ବରଗଡ ନଗର ସଭାପତି ସୁବ୍ରତ ହୋତାଙ୍କ ନେତୃତ୍ୱରେ ବିଜେପି ର ଏକ ପ୍ରତିନିଧି ମଣ୍ଡଳୀ ବରଗଡ ସହରର ୱାର୍ଡ ସଂଖ୍ୟା ବୃଦ୍ଧି କରିବା ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ପୌର ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଅଫିସ ତରଫରୁ ବରଗଡ଼ ପୋୖରାଞ୍ଚଳ ର ୱାର୍ଡ ସଂଖ୍ୟା ବୃଦ୍ଧି ତଥା ୱାର୍ଡ ଗୁଡିକର ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଆପତ୍ତି ଅଭିଯୋଗ ଆହ୍ୱାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ବିଜେପି ତରଫରୁ ଯୁକ୍ତି ଦର୍ଶାଯାଇଛି ଯେ ଯେହେତୁ ବରଗଡ ସହରର ଭୋଟର ସଂଖ୍ୟା ୯୦ହଜାର କୁ ଵୃଦ୍ଧି ପାଇଲାଣି । ଯଦି ଗୋଟିଏ ୱାର୍ଡର ଭୋଟର ସଂଖ୍ୟା ୩ହଜାର ରଖାଯାଏ ତାହାହେଲେ ବରଗଡ଼ ସହର ୩୦ ଟି ୱାର୍ଡ ହେବ । ଜିଲ୍ଲା ପ୍ରଶାସନ ତତଫରୁ ଜାରି କରାଯାଇଥିବା ଡ୍ରାଫ୍ଟ ନୋଟିଫିକେସନ ରେ ୱାର୍ଡ ଗୁଡିକର ସୀମା ନିର୍ଦ୍ଧାରଣ ଅନେକ ତୃଟି ରହିଛି । କିଛି ୱାର୍ଡରେ ରାଜନୈତିକ ଅଭିଶନ୍ଧି ରଖି ଗୋଟିଏ ୱାର୍ଡର ଭୋଟର ମାନଙ୍କୁ ଅନ୍ୟ ୱାର୍ଡରେ ସାମିଲ କରାଯାଇଛି । ଏଣୁ ଏହି ତ୍ରୁଟି ଗୁଡିକୁ ସୁଧାରିବା ପାଇଁ ଉକ୍ତ ଦାବିପତ୍ରରେ ଅନୁରୋଧ କରାଯାଇଛି । ଆଜିର ଏହି ଦାବୀ ପତ୍ର ପ୍ରଦାନ ସମୟରେ ବରିଷ୍ଠ ବିଜେପି ନେତା ସୁରେଶ୍ୱର ଶତପଥି, ଅକୁର ମଲ୍ଲିକ, ଅଶୋକ ପଣ୍ଡା, ରବି ନାରାୟଣ ଦାଶ, ଈଶ୍ୱର ବାଗ, ବିଜୟ ଦାସ, ମହେନ୍ଦ୍ର ପୁରୋହିତ, ମହେଶ ଦାଶ, ପ୍ରମୋଦ ଛତର, ବାସୁଦେବ ବାରିକ, ସୁଦାମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
The BJP has demanded an increase in the number of wards in Bargarh
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୧୬/୧୧/୨୦୨୧---୮,୫୦
Sakhigopal News,16/11/2021