ଶ୍ରୀଗତିଶ୍ୱରଦେବଙ୍କ ପୀଠରେ ରୁଦ୍ରାଭିଷେକ ମହାଯଜ୍ଞ ଆରମ୍ଭ
Rudrabhishek Mahayagya begins at the pedestal of Srigatiswaradev
ସାକ୍ଷୀଗୋପାଳ------ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ସ୍ଥିତ ପ୍ରାଚୀନ ଶୈବପୀଠ ଶ୍ରୀ ଗତେଶ୍ୱର ଦେବଙ୍କ ପୀଠରେ ଅଁଳାନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ରୁଦ୍ରାଭିଷେକ ମହାଯଜ୍ଞ ସହିତ କାର୍ତ୍ତିକ ମେଳା ଆରମ୍ଭ ହୋଇଯାଇଛି । ମନ୍ଦିରକୁ ଫୁଲମାଳ ଓ ଆମ୍ବଡାଳରେ ସଜା ଯାଇଛି । ପ୍ରତିବର୍ଷ ପରି ବଡ ଏକାଦଶୀ ତିଥିରେ ଅଳଗୁମ ଗ୍ରାମ ସହିତ ଆଖାପଖ ଗ୍ରାମର ଶତାଧିକ ମପୁରୁଷ ମହିଳା ମାନେ ପାଖ ପୋଖରୀରୁ ଘଟ ବୁଡାଇ ଯଜ୍ଞ ମଣ୍ଡପରେ ଘଟ ସ୍ଥାପନ କରିଥିଲେ । ରୁଦ୍ରାଭିଷେକ ପରିଷଦ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ କାର୍ତ୍ତିକ ମେଳା ଆରମ୍ଭ ହୋଇଯାଇଛି । ମେଳାର ପ୍ରଥମ ଦିବସରେ ମନ୍ଦିର ସଫେଇ, ଅଁଳାବୃକ୍ଷ ପୂଜନ, କାର୍ତ୍ତିକ ପୁରାଣ ପାଠ କରାଯାଇଛି । ପ୍ରତ୍ୟେକ ଦିନ ନାମସଂକୀର୍ତ୍ତନ ସହିତ କାର୍ତ୍ତିକ ମହାତ୍ମା ପାଠ କରାଯାଇଛି । ଯୋଗ ସହିତ ଗୋ ପୂଜନ, ସୂର୍ଯ୍ୟପୂଜା, ତୀର୍ଥଜଳ ସିଞ୍ଚନ, ଯଜ୍ଞ କରାଯାଉଛି । ମହେନ୍ଦ୍ର ପଣ୍ଡା ସପତ୍ନୀକ କର୍ତ୍ତା ଓ କର୍ତ୍ତୀ ଭାବେ ରହିଛନ୍ତି । ପଣ୍ଡିତ ଧନେଶ୍ୱର ତ୍ରିପାଠୀ, ପ୍ରସନ୍ନ କରଙ୍କ ସହିତ ଅନ୍ୟ ସହଯୋଗୀ ମାନେ ରୁଦ୍ରାଭିଷେକ ଓ ଯଜ୍ଞ କାର୍ତ୍ତିକପୂର୍ଣ୍ଣମୀ ଦିନ ପୂର୍ଣ୍ଣାହୁତି ହେବ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧୧/୨୦୨୧ , ୬,୩୦
Sakhigopal News, 16/11/2021