ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅପମାନିତ କରିବା ପ୍ରତିବାଦରେ ଥାନାରେ ଏତଲା
So much for the police in protest of insulting the freedom fighters
ଖୋର୍ଦ୍ଧା /ଜଟଣୀ -----ଆମ ଦେଶର ବହୁଦଳୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଶାସନ କ୍ଷମତା ଅକ୍ତିଆର କରିବା ପାଇଁ ନିର୍ବାଚନରେ ଭୋଟ ହାତେଇବା ଉଦ୍ଦେଶ୍ୟରେ ଦଳୀୟ ସମର୍ଥକ ସୃଷ୍ଟି କରିବାକୁ ଯାଇ ଦେଶବାସୀଙ୍କ ଏକତା ଭାଙ୍ଗି ସାରିଲେଣି। ସେହିପରି ପରସ୍ପର ବିରୁଦ୍ଧରେ କୁତ୍ସା ରଟନା କରିବାରେ କଳଙ୍କିତ ଅଧ୍ୟାୟ ଯୋଡ଼ି ଚାଲିଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଜଣାଇବାକୁ ଯାଇ ଚଳଚିତ୍ର ଅଭିନେତ୍ରୀ କଙ୍ଗଣା ରଣୱାତ ଗତ ୧୦।୧୧।୨୦୨୧ ତାରିଖରେ 'ଟାଇମସ୍ ନାଓ' ନାମକ ଟେଲିଭିଜନ ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗଦେଇ ୧୯୪୭ ଅଗଷ୍ଟ ମାସ ୧୫ ତାରିଖ ସ୍ୱାଧୀନତା ଦିବସ 'ଭିକ୍ଷା' ରେ ପ୍ରାପ୍ତ ବୋଲି ତାତ୍ସଲ୍ୟ କରି ମନ୍ତବ୍ୟ ଦେଇଛନ୍ତି। ସେ ଇଛାକୃତ ଭାବେ ମହାତ୍ମାଗାନ୍ଧୀ, ନେହେରୁ, ଶାସ୍ତ୍ରୀ, ପଟେଲ, ସୁବାଷ ବୋଷ, ଆମ୍ବେଦକର, ମୌଲନା ଆଜାଦ୍, ସରୋଜିନୀ ନାଇଡୁ, ଲୋକମାନ୍ୟ ତିଲକ, ଭଗତ ସିଂହ -ଶୁକଦେବ -ରାଜଗୁରୁ, ଚନ୍ଦ୍ର ଶେଖର ଆଜାଦ୍, ଉଦ୍ଦାମ୍ ସିଂହ, ଲକ୍ଷ୍ମଣ ନାୟକ, ରଘୁ-ଦିବାକର, ବାଜି ରାଉତଙ୍କ ଭଳି ଅଗଣିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ଅପମାନିତ କରିବାର ଧ୍ରୁଷ୍ଟତା କରିଛନ୍ତି। କାରଣ ସେ ଜାଣିଛନ୍ତି ଯେ ତାଙ୍କୁ ଭାରତୀୟ ଜନତା ପାର୍ଟି, କେନ୍ଦ୍ର ସରକାର ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନ ଅଛି। କିନ୍ତୁ ତାଙ୍କର ଏହି ମନ୍ତବ୍ୟକୁ ଦେଶବାସୀ ବରଦାସ୍ତ କରି ନାହାନ୍ତି। ଦେଶସାରା ତାଙ୍କ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟରୁ ଚତୁର୍ଥ ସ୍ଥାନରେ ଥିବା ପଦ୍ମଶ୍ରୀ ସମ୍ମାନ ତାଙ୍କଠାରୁ ପ୍ରତ୍ୟାହାର କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ତାଙ୍କୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି।
ସମ୍ବିଧାନର ଚତୁର୍ଥ ଅନୁଛେଦ ଅନ୍ତର୍ଗତ ଧାରା ୫୧ ଉଲଂଘନ ଅଭିଯୋଗରେ ଭାରତୀୟ ଦଣ୍ଡ ସଂହିତାର ଦଫା ୫୦୪ ଓ ୫୦୫ (୧)(ଗ) ଅନୁଯାୟୀ କଙ୍ଗନା ରଣୱାତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟର ଅଧ୍ୟକ୍ଷ ରାମଶଙ୍କର ଖୋର୍ଦ୍ଧା ଆଦର୍ଶ ଥାନାରେ ଏବଂ ଗାନ୍ଧୀ ଓ ଶାସ୍ତ୍ରୀ ସ୍ମୃତି କମିଟି ତରଫରୁ ଜଟଣୀ ଥାନାରେ ଏତଲା ଦାୟର କରାଯାଇଛି। ସ୍ମୃତି କମିଟିର ସଭାପତି ବିଭୂତି ଭୂଷଣ ମିଶ୍ରଙ୍କ ସହିତ ରାମଶଙ୍କର, ଅର୍ଜୁନ ଚରଣ ସାମନ୍ତରାୟ ଆଡଭୋକେଟ ଓ ଜଟଣୀର ପୂର୍ବତନ କାଉନସିଲର ଅନନ୍ତ ବେହେରା ଉପସ୍ଥିତ ଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିକଟ ଭବିଷ୍ୟତରେ ଖୋର୍ଦ୍ଧା କୋର୍ଟରେ କଙ୍ଗନାଙ୍କ ବିରୁଦ୍ଧରେ କେଶ ଦାୟାର କରାଯିବ ବୋଲି ରାମଶଙ୍କର ପ୍ରକାଶ କରିଛନ୍ତି ।
So much for the police in protest of insulting the freedom fighters
ଜଟଣୀରୁ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୧୧/୨୦୨୧ --- ୯,୦୦ Sakhigopal News, 16/11/2021