ଲରମ୍ଭା ମହାବିଦ୍ୟାଳୟ ର ସଙ୍କୁଳସ୍ତରୀୟ ଯୁବ ରେଡକ୍ରସ ଦିବସ ପାଳିତ
Laramba College celebrates the Red Cross Day
ବରଗଡ଼----ବରଗଡ ଜିଲ୍ଲା ଲରମ୍ଭା ମହାବିଦ୍ୟାଳୟ ର ସଙ୍କୁଳ ସ୍ତରୀୟ ରେଡକ୍ରସ ଦିବସ ତିନି ଦିନ ଧରି ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରମୋଦ କୁମାର ଭୋଇ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବରଗଡ ଜିଲ୍ଲା ଯୁବ ରେଡକ୍ରସ ର ସଂଯୋଜକ ପ୍ରଫେସର ପରମାନନ୍ଦ ରଥ, ଲରମ୍ଭା ମହାବିଦ୍ୟାଳୟ ର କାଉନସିଲର ସୁନୀଲ କୁମାର ପ୍ରଧାନ ତତ୍ତ୍ୱାବଧାନରେ ପରିଚାଲିତ ହୋଇଥିଲା। ତାଲିମ ପରାମର୍ଶ ଦାତା ଭାବେ ପ୍ରଫେସର ଧୃବରାଜ ପୁରୋହିତ, ରେମଣ୍ଡା ମହାବିଦ୍ୟାଳୟ, ଅଶ୍ଵିନୀ କୁମାର ପ୍ରଧାନ, ଅଧ୍ୟକ୍ଷ ଅତାବିରା ମହାବିଦ୍ୟାଳୟ, ଆରୋଗ୍ୟମ ଅତାବିରା ଡକ୍ଟର ଅଜିତ କୁମାର ବାରିକ, ଯୁବ ରେଡକ୍ରସ ସଂଯୋଜକ ସୋନପୁର ଜିଲ୍ଲା ପ୍ରଫେସର ଉମାକାନ୍ତ ଦାଶ, ଅଗ୍ନିଶ୍ରମ ବିଭାଗର ଅଫିସର ଅତାବିରା ରବି ନାରାୟଣ ସାହୁ ଯୋଗଦେଇଥିଲେ। ମହାବିଦ୍ୟାଳୟ ପ୍ରଫେସର ଅଶୋକ କୁମାର ମହାନ୍ତି, ଡକ୍ଟର ଅମୃତା ସାମନ୍ତ, ମନୋରଞ୍ଜନ ତ୍ରିପାଠୀ, ସରୋଜ କୁମାର ନାୟକ, ପବିତ୍ର କୁମାର ମାହାଣା, ଡକ୍ଟର ଅଜିତ କୁମାର ନାଥ, ଗଣେଶ ସିଂହ,ସଙ୍ଘମିତ୍ରା ମହାକୁର ମଂଚାସୀନ ହୋଇଥିଲେ। ଏଥିରେ ଯୁବ ରେଡକ୍ରସ ର ଭୂମିକା ଉପରେ ଆଲୋଚନା କରାଯାଇଥିଲା ।
ଅନ୍ତିମ ଦିବସରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭରତ ସରାଫ ଯୋଗ ଦେଇଥିଲେ। ଏହି ଅବସରରେ କରୋନା ମହାମାରୀ କୁ ଆଖି ଆଗରେ ରଖି ଜନକଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ସଭାପତି ମୁକୁନ୍ଦ ଦାସ ଯୋଗ ଦେଇ ମାକ୍ସ ବଣ୍ଟନ କରିଥିଲେ। ବିଭିନ୍ନ ମହାବିଦ୍ୟାଳୟ ରୁ ଆସିଥିବା କାଉନସିଲର ମାନେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ତାଲିମ ନେଇ ଥିବା କାଉନସିଲର ଓ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମହାବିଦ୍ୟାଳୟ ର ପ୍ରମୋଦ ସେଠ, ଜୟା କୁମାରୀ ମିଶ୍ର, ହରିଶ ପାତ୍ର, ଅବିନାଶ ସାହୁ, ସତ୍ୟବ୍ରତ କର୍ଣ୍ଣ, ରୋଜି କର୍ମୀ, ଗିରିଧାରୀ ମୁକେଲ, ଶିଶିର କୁମାର ସାହୁ,ଭରତ ପଣ୍ଡା ଯୁବ ରେଡକ୍ରସ ଦିବସରେ ସହଯୋଗ କରିଥିଲେ। ପରିଶେଷରେ ଡକ୍ଟର ଅଜିତ କୁମାର ନାଥ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୧୦/୨୦୨୧-----୧୦,୨୫-

Sakhigopal News,31/10/2021