ଡେଲାଙ୍ଗରୁ ବ୍ୟାନର ହୋଡିଂ ବ୍ଳକ ପ୍ରଶାସନ ହଟାଇଲା
ଡେଲାଙ୍ଗ---- ଡେଲାଙ୍ଗ ଷ୍ଟେସନ ବଜାର, ବେରବୋଇ ଛକ, ଡେଲାଙ୍ଗ ହାଟ ବଜାର ସହିତ ବିଭିନ୍ନ ଯାଗାରେ ଲାଗିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ ସମ୍ପକୀତ ହୋଡିଂ ଓ ବ୍ୟାନର ହଟାଯାଇଛି । ସେହିପରି ବିଭିନ୍ନ ରାଜନୈତିକ ଦଳ, ବ୍ୟକ୍ତିଗତ ଅଭିନନ୍ଦନ ପ୍ରଚାରପତ୍ର ବ୍ୟାନର ରାସ୍ତା କରରୁ ହଟାଯାଇଛି । ନିର୍ବାଚନ କମିଶନର ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ନିବାଚନ ଅଧିକାରୀ ଜ୍ୟୋତି ପ୍ରକାଶ ଦାଶଙ୍କ ନିଦ୍ଦେଶ କ୍ରମେ ଡେଲାଙ୍ଗ ବିଡିଓ କ୍ଷିରୋଦ ପ୍ରଧାନ, ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ସୌମେରେନ୍ଦ୍ର ଭୂତିଆ ଓ ସୁପରଭାଇଜର ମନୋରଞ୍ଜନ ମିଶ୍ର ପ୍ରମୁଖ ଏକ ଟିମ ଗଠନ କରି ଏହି ବ୍ୟାନର, ହୋଡିଂ ଉଚ୍ଛେଦ କରାଯାଉଥିବା ବିଡିଓ ଶ୍ରୀ ପ୍ରଧାନଙ୍କ ଠାରୁ ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି