ବକୁଳବନ ମହୋତ୍ସବ ଉଦଯାପିତ
ସାକ୍ଷୀଗୋପାଳ---- ସତ୍ୟବାଦୀରେ ବକୁଳବନ ମହୋତ୍ସବ ପଞ୍ଚସଖା ସ୍ମୃତି ପାଠଗାର ପରିସରରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବରେ ଯୋଗଦେଇଥିବା ଅତିଥି ମାନେ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମହୋତ୍ସବ କମିଟିର ସଭାପତି ସୁକାନ୍ତ କିଶୋର ସାମନ୍ତରାୟ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରି ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । କମିଟିର ସମ୍ପାଦକ ତଥା କବି ସଚୀକାନ୍ତ ବିଶ୍ୱାଳ ଅତିଥି ପରିଚୟ ଓ ଅନୁଷ୍ଠାନର ସମ୍ପାଦକୀୟ ବାର୍ଷିକ ବିବରଣି ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ , ମୁଖ୍ୟ ବକ୍ତା ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିମୟ ଦଳାଇ ଯୋଗଦେଇ ବକୁଳବନର ଇତିହାସ ସମ୍ପର୍କେ ଅତିଥି ମାନେ ବିଭିନ୍ନ ମତ ପ୍ରକାଶ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବକୁଳବନ ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଠା ସୀତାବଲ୍ଲଭ ମହାପାତ୍ର ଓ କାର୍ଯ୍ୟକାରୀ ସଭାପତି ରବୀନ୍ଦ ନାଥ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସ୍ମରଣିକା “ବକୁଳବନର ବାର୍ତ୍ତା” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ସେହିପରି ପ୍ରଶାସନ, ସାମ୍ବାଦିକ, ସାହିତ୍ୟକ, କଳାକାର, ମହିଳା ଗୋଷ୍ଠୀ, ଅଙ୍ଗନୱାଡିକର୍ମୀ, ଆଶାକର୍ମୀ, ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ , ଶିଶୁ କଳାକାର ଓ ମୋଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ବକୁଳବନ ମହୋତ୍ସବ କମିଟି ପକ୍ଷରୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଶେଷରେ ଯୁବ ସମାଜ ସେବୀ ଯଯାତି କେଶରୀ ରାୟ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି