Breaking News

ଅତାବିରାର ପାହାଡଶ୍ରୀଗିଡା ରାସ୍ତା ଅବସ୍ଥା ଶୋଚନୀୟ

ଅତାବିରା--- ବରଗଡ ଜିଲ୍ଲାର ଅତାବିରା ମୁଖ୍ୟ ରାସ୍ତାର ଟେଲିଫୋନଏକ୍ସସଚେଞ୍ଜ କାର୍ଯ୍ୟାଳୟ ଠାରୁ  ପାହାଡଶ୍ରୀଗିଡା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ନିଜ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରି ପାରିବ ନାହିଁ  । ଯୁଆଡେ ଦେଖିବ ସିଆଡେ ଖାଲ ଖମାରେ ପରିଣତି । ପ୍ରତିଦିନ ଛୋଟ ବଡ ଦୁର୍ଗଟଣା ମାନ ଘଟୁଛି । ଏପରିକି ମଟର ସାଇକେଲ ଆରୋହୀ ମାନଙ୍କ ମଧ୍ୟରେ ହାତାହାତି ହୋଉଛନ୍ତି । ଏହି ରାସ୍ତା ଉପରେ ଅତାବିରା ବ୍ଳକର ପ୍ରାୟ ୬ ଟି ଗ୍ରାମ ପଞ୍ଚାୟତ ଅଧିବାସୀ ମାନେ ନିଭର କରିଥାନ୍ତି । ଅତାବିରା ବ୍ଳକ ଏକ କୃଷି ବହୁଳ ଅଞ୍ଚଳ ଓ ଓଡିଶାର ଭାତ ହାଣ୍ଡି କହିଲେ ଅତ୍ୟୁକ୍ତି ହେବନାହିଁ  । ଏଠାରେ ଧାନ ସହିତ ପନି ପରିବା ଚାଷ ପାଇଁ ବେଶ ସୁନାମ ରହିଛି । ଅନ୍ୟପକ୍ଷେ ରାଜ୍ୟରେ ବିଜେଡି ସରକାର ଅତାବିରା ବ୍ଳକର ଉନ୍ନତି କରାଯାଇଛି ବୋଲି କାଗଜପତ୍ରରେ ଡିଣ୍ଡିମି ପିଟୁଛନ୍ତି । ମାତ୍ର ପକୃତ ପକ୍ଷେ ଅତାବିରା ବ୍ଳକ ବହୁ ପଛରେ ରହିଯାଇଛି । ଏହି ରାସ୍ତା ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଉଥିଲେ  ମଧ୍ୟ ନାହିଁ ବିଭାଗୀୟ ଅଧିକାରୀ ନା ରାଜନୈତିକ ନେତାଙ୍କର ନଜର ପଡିଲାନାହିଁ ବୋଲି ଅଭିଯୋଗ ମାନ ହୋଇ ଆସୁଛି ।  । ଏହି ରାସ୍ତା ଦେଇ ଅତାବିରା ଏନଏସିକୁ ପ୍ରତ୍ୟହ ଶହଶହ ଲୋକମାନେ ଯିବା ଆସିବା କରିଥାନ୍ତି । ପିଲାମାନେ ସ୍କୁଲ କଲେଜ ଯାଇଥାନ୍ତି । ସେହିପରି ଏହି ରାସ୍ତା ଦେଇ ପ୍ରତିଦିନ ସରକାରଙ୍କ ଗୋଦାମରୁ ଗହମ, ଚାଉଳ ଆଣିବା ପାଇଁ ଭାରିଯାନ ଗୁଡିକ ଯିବା ଆସିବା କରିଥାନ୍ତି ଯାହା ଫଳରେକି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି ବୋଲି ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳୁଛି । ବର୍ଷା ଅସରାଏ ହେଲେ  ୨ରୁ ୩ଫୁଟ ଉଚ୍ଚରେ ପାଣି ଠିଆ ହୋଇ ରହିଥାଏ  । କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଗ୍ରାମ ପଞ୍ଚାୟତ ଠାରୁ ଗଳି କନ୍ଦିରେ କୋଟି କୋଟି ଟଙ୍କାର ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରୁଥିବା ବେଳେ ଅତାବିରା ବ୍ଳକର ମୁଖ୍ୟ ରାସ୍ତା ପାଇଁ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ପାଖରେ ଟଙ୍କାଟିଏ ନାହିଁ ବୋଲି ଅତାବିରାର ବୁଦ୍ଧଜିବୀ ମାନେ ଆଲେଚନା କରୁଥିବା ଜଣାପଡିଛି । ବିଶେଷ କରି ଦୁଃଖ ଲାଗୁଛି ଏହି ରାସ୍ତା ଦେଇ ଅଧିକାଂଶ ସମୟରେ ବିଭାଗୀୟ ଅଧିକାରୀ ,ବ୍ଳକ ପ୍ରଶାସନ ଠାରୁ ମନ୍ତ୍ରୀ ଏହି ରାସ୍ତାରେ ଯାଉଥିଲେ ମଧ୍ୟ ରାସ୍ତାର ଉନ୍ନତି କରଣ ନିମନ୍ତେ ଚିନ୍ତା ମଧ୍ୟ କରିନାହାନ୍ତି ବୋଲି ଜନସାଧାରଣ କହନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଯୁଦ୍ଦକାଳୀନ ମଧ୍ୟରେ ରାସ୍ତା କାମ କରିବା ପାଇଁ ଗ୍ରାମବାସୀ ମାନେ ନିବଦେନ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଜନଆନ୍ଦୋଳନ କରିବା ସହ ଭୋଟ ବର୍ଜନ କରିବା ଭଳି ପଦକ୍ଷେପ ନେବାକୁ ପଛେଇବେ ନାହିଁ ବୋଲି ଚେତାବନି ଦେଇଛନ୍ତି ।
ଅତାବିରାରୁ ନବୀନ ଦାଶ

Blog Archive

Popular Posts