Breaking News

ଡେଲାଙ୍ଗ ବ୍ଲକରେ ୧୧୯୧ନିର୍ମାଣ ଶ୍ରମିକଙ୍କୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ

ଡେଲାଙ୍ଗ ----ଡେଲାଙ୍ଗ ବ୍ଲକ ପରିସରରେ ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଛି ।  ମୁଖ୍ୟ ଅତିଥିଭାବେ ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥୀ ଯୋଗ ଦେଇ ହିତାଧିକାରି ମାନଙ୍କୁ ନୂତନ ଗୃହ ନିର୍ମାଣ କରିବା ପାଇଁ ସଠିକ ପରାମର୍ଶ ଦେବା ସହ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆଜି ଡେଲାଙ୍ଗ ବ୍ଲକରେ ୧୧୯୧ ଜଣ ନିର୍ମାଣ ଶ୍ରମିକ ପକ୍କାଘର ମିଳିପାରିଛି ବୋଲି ଶ୍ରୀ ମହାରଥୀ କହିଥିଲେ । ଡେଲାଙ୍ଗ ବ୍ଲକରେ୨୧ଟି ପଂଚାୟତରେ ସର୍ବାଧିକ ରାଜ୍ୟ ଓ ଜିଲ୍ଲାରେ ପ୍ରଥମଭାବେ ଏକକାଳିନ ନିର୍ମାଣ ଶ୍ରମିକ ପକ୍କାଘର ହିତାଧୀକାରୀ ୧୧୯୧ ଜଣ ପାଇବା ପାଇଁ ମନୋନିତ ହୋଇଛନ୍ତି ବୋଲି ଅନ୍ୟତମ ଅତିଥୀଭାବେ  ଜିଲ୍ଲା ପ୍ରକଳ୍ପ ନିଦ୍ଦେର୍ଶକ ନୃସିଂହ ଚରଣ ସ୍ୱାଇଁ କହିଛନ୍ତି ।  ଏହି ଯୋଜନାରେ ସର୍ବାଧିକ ନିର୍ମାଣ ଶ୍ରମିକ ପକ୍କାଘର ପାଇବା ପାଇଁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥୀଙ୍କ ଉଦ୍ୟମରେ ଏହା ସଫଳ ହୋଇପାରିଛି ବୋଲି  ବ୍ଲକ ଅଧକ୍ଷ ପ୍ରସନ୍ନ କୁମାର ସାହୁ କହିଛନ୍ତି । ଉପଶ୍ରମ ମଣ୍ଡଳ ଆୟୁକ୍ତ ପ୍ରଦୀପ ମହାପାତ୍ର କହିଛନ୍ତି  ହିତାଧୀକାରି ମାନେ ନିର୍ଦ୍ଧାରିତ ସମୟରେ ଗୃହ ନିର୍ମାଣ କାର୍ଯ୍ୟଶେଷ କଲେ ତାଙ୍କୁ ବୋନସ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।  ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଡିଓ କ୍ଷରୋଦର ପ୍ରଧାନ, ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ , ଏବିଡିଓ ପ୍ରଦିପ୍ତ କୁମାର ନାୟକ ବ୍ଲକ ଉପାଧକ୍ଷ ସୋପ୍ନା ବଳବନ୍ତରାୟ , ସମବାୟ ନିଦ୍ଦେର୍ଶକ ବୈରାଗି ଜେନା , ଜିଲ୍ଲାପରିଷଦ ସଭ୍ୟ ମଳୟ ମହାନ୍ତି,  ଦେବାଶିଷ ନନ୍ଦ ଓ ସଭ୍ୟା ପୁଷ୍ପାଞଳି ସାମଲ ଦୁବାସା ନିଶଙ୍ଖ,  ନରେନ୍ଦ୍ର ପରିଡା , ମହିଳା ମିଶନଶକ୍ତି ସମ୍ପାଦିକା ବାସନ୍ତି ସାହୁ , କୈଲାସ ଚନ୍ଦ୍ର ସ୍ୱାଇଁ କାଳନ୍ଦି ଜେନା , ବାସୁଦେବ ଜେନା,  ଅଭିମନ୍ୟୁ ରାଉତ,  ବସନ୍ତ ବେହେରା ଓ ଜିପିଓ ପୁର୍ଣ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts