ବିଧାୟକ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ
ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଅଭୟମୁଖୀ ଗ୍ରାମ ପଞ୍ଚାୟତରେ ଖରା ଓ ବର୍ଷା ସବୁଦିନ ଏଠାରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏପରିକି ଗଡିଆ ନାଳ ପାଣିକୁ ଗ୍ରାମବାସୀ ମାନେ ବାଧ୍ୟ ହୋଇ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି । ବାରମ୍ବାର ଦାବୀ କରିବା ପରେ ବିଧୟତ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଗ୍ରାମବାସୀ ମାନଙ୍କୁ ପାନୀୟ ଜଳର ସୁବିଧା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଭାଗୀୟ କର୍ମଚାରୀ ମାନଙ୍କୁ ତୁରନ୍ତ ଉକ୍ତ ଗ୍ରାମ ପଞ୍ଚାୟତରେ କିପରି ପାଣିର ସମସ୍ୟା ଦୂର ହୋଇ ପାରିବ ସେ ଦିଗପ୍ରତି ନଜର ଦେବାକୁ ସେ ଅନୁରୋଧ କରିଥିଲେ । ତାଙ୍କ କଥା ଅନୁସାରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଆଲୋକ ରଞ୍ଜନ ପଣ୍ଡା ଏକ ପ୍ରକଳ୍ପ ପ୍ରସ୍ତୁତି କରିଥିଲେ । ଆଜି ଶ୍ରୀ ମହାରଥୀ ଉକ୍ତ ଗ୍ରାମକୁ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ଉନ୍ନତି କରଣ ନିମନ୍ତେ ଶିଳାନ୍ୟାସ କରିଛନ୍ତି । ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ୨କୋଟି ୭ ଲକ୍ଷ ଟଙ୍କା ଉକ୍ତ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରାଯାଇଥିବା ଶ୍ରୀ ପଣ୍ଡା ଘୋଷଣା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସମବାୟବିତ୍ତ ବୈରାଗୀ ଜେନା, ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ନନ୍ଦ, ସରପଞ୍ଚ ପ୍ରସନ୍ନ କୁମାର ପରିଡା, ସମିତିସଭ୍ୟା ରଶ୍ମିତା ଜେନା, କିଶୋର ଛୋଟରାୟ, ବିଜୟ ଲକ୍ଷ୍ମୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି