ସାକ୍ଷୀଗୋପାଳ -- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କୁସୁମେଶ୍ୱର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦଉଡିଡିଆଁ, ଲଙ୍ଗଜମ୍ପ. ଦୌଡ, କୁହୁକଅଙ୍କ, ଗୀତ, ନାଚ ଆଦି ପ୍ରତିଯୋଗିତା କରାଯାଇଥିଲା । ଦିପିକା ଶତପଥୀ ଓଶୁଭ ଦର୍ଶିନୀ ସାହୁ ଖେଳ ପରିଚାଳନା କରିଥିଲେ । ଆୟୋଜିତ ପୁରଷ୍କାର ବିତରଣ ଉତ୍ସବରେ ପ୍ରଧାନ ଶିକ୍ଷୟତ୍ରୀ ସବିତା ମଞ୍ଜରୀ ମିଶ୍ର ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସୁକାନ୍ତ ନାୟକ, ୱାର୍ଡ ସଭ୍ୟ ରୂପରାଜ ବେହେରା, ଅଙ୍ଗନବାଡି କର୍ମୀ ଗୋଲାପ ଦେଇ, ଆଶାକର୍ମୀ ନିର୍ମଳା ବେହେରା, ପ୍ରମୁଖ ଉପସ୍ଥିତ ରହିଥିଲେ । ପିୟତମା ଜେନା, ଶୁଭଲକ୍ଷ୍ମୀ ବେହେରା, ସ୍ୱାଗତିକା ବେହେରା, ସତ୍ୟପ୍ରଜ୍ଞା ନାୟକ ପ୍ରମୁଖ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍ମୃତ କରିଥିଲେ ଶେଷରେ ଛାତ୍ର ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି