Breaking News

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ

 ସାକ୍ଷୀଗୋପାଳ ---  ସତ୍ୟବାଦୀ ବ୍ଳକର ଗବକୁଣ୍ଡ ହାଟ ପଡିଆ ଠାରେ ସତ୍ୟବାଦୀ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ପ୍ରଧନମନ୍ତ୍ରୀ  ଭିଡିଓ କନ ଫେରେନ୍ସିଂ ଜରିଆରେ ଉଦ୍ଘାଟନ କରିଥିଲେ  । ଏହି ଅବସରରେ ଅନୁଷ୍ଠିତ ସଭାରେ  ସତ୍ୟବାଦୀର ଯୁବନେତା ଓମ ପ୍ରକାଶ ମିଶ୍ର, ମଣ୍ଡଳ ସଭାପତି ଉମେଶ ପ୍ରଧାନ, ଶ୍ରୀଧର ବିଶ୍ୱାଳ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଲିୟାରସିଂ,  ଡ. ବିଶ୍ୱନାଥ ରଥ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ  । ଉକ୍ତ ଅଞ୍ଚଳରୁ ଶତାଧିକ ମହିଳା ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts