Breaking News

ସତ୍ୟବାଦୀରେ ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତ ରାଜ ଦିବସ ପାଳନ

 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତରାଜ ଦିବସ ପାଳନ ସହିତ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜନ୍ମ ବାର୍ଷିକ ପାଳନ ହୋଇଯାଇଛି । ଏହି ଅବସରରେ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ସଭାରେ ସରପଞ୍ଚ ରଶ୍ମିତା ପ୍ରଧାନ ଅଧ୍ୟକ୍ଷତା କରିଥିଲେ  । ପ୍ରଥମେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ, ଦୀପଓ ଧୂପ ପ୍ରଦାନ କରାଯାଇଥିଲା  । ଅନ୍ୟ ମାନଙ୍କ ମଧ୍ୟରେ ସମିତିସଭ୍ୟା , ନାଏବ ସରପଞ୍ଚ, ୱାର୍ଡ ସଭ୍ୟସଭ୍ୟା. ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଯୋଗଦେଇଥିଲେ  । ସେହପିରି ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପଞ୍ଚାୟତରାଜ ଦିବସ ପାଳନ ହୋଇଯାଇଛି  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts