ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଶିଶୁ ମହୋସବ- ୨୦୨୫ ଉଦଯାପିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ପ୍ରଥମେ କ୍ଳଷ୍ଟର ସ୍ତରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରୁ ଭଲ ପିଲାମାନଙ୍କୁ ବ୍ଳକ ସ୍ତରରେ ଯୋଗ ଦେବାକୁ ବଛାଯାଇଥିଲା । ବ୍ଳକ ସ୍ତରରେ ଜୁନିୟର ଓ ସିନିୟର ବିଭାଗରେ ବକ୍ତୁତା, ଚିତ୍ରାଙ୍କନ, ହସ୍ତଶିଳ୍ପ, ଏସେ, କୁଇଜ, ନାଚ, ଗୀତ, ଗ୍ରୁଫଡ୍ୟାନସ, ପ୍ରାୟ ୨୩ ଗୋଟି ବିଭାଗକୁ ନେଇ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ପ୍ରଥମ, ଦୁତୀୟ ଓ ତୁତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ସହ ସିଲଡ ଦେଇ ସମ୍ମାନୀତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରରେ ଭାଗ ନେବେ ବୋଲି ମଣ୍ଡଳ ସ୍ତରୀୟ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ତ୍ରିପାଠୀ କହିଥିଲେ । କାର୍ଯ୍ୟକ୍ରମକୁ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।ଏଥିରେ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ପାଢ଼ୀ, ଏବିଇଓ ପ୍ରଭାସ ଚନ୍ଦ୍ର କରଣ, ମୂଷା ମଲିକ ଓ ଚାଟୋଇ ମୋତିଲାଲ ରାୟ ଓ ଜିଲ୍ଲାପରିଷଦ ସଭ୍ୟ ବିଷ୍ଠୁପିୟା ବରାଳ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ସମିତିସଭ୍ୟ ଦୀପକ ଶତପଥି, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଚକ୍ରଧର ମହାରଣା ଯୋଗ ଦେଇଥିଲେ । ସେହିପରି ଉଦଯାପନ ଓ ପୁରଷ୍କାର ବଣ୍ଟନ ସଭାରେ ମଣ୍ଡଳ ଶିକ୍ଷା ଅଧିକାରୀ କୌଳାସ ଚନ୍ଦ୍ର ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ସତ୍ୟବାଦୀ ବ୍ଳକର ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଯୋଗ ଦେଇ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ଯେ ସୁରଭି ଏଭଳି ଏକ ପ୍ଳାଟଫର୍ମ ଯେ ଗ୍ରାମ ମାନଙ୍କରେ ଲୁଚି ରହିଥିବା ପ୍ରତିଭା ମାନଙ୍କୁ ପରିଚିତ କରାଇବା । ସେହିପରି ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ପାଢ଼ୀ କହିଥିଲେ ସୁରଭି ଏଭଳି ଏକ ମଞ୍ଚ ଯାହାକି ଛୋଟ ଛୋଟ ପିଲାମାନେଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭା ପରିପ୍ରକାଶ ପାଇବ । ସେହିପରି ଏବିଇଓ ପ୍ରଭାସ ଚନ୍ଦ୍ର କରଣ , ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଙ୍କୁ ସୁରଭି କାର୍ଯ୍ୟକ୍ରମ ତରଫୁର ଅତିଥି ମାନଙ୍କ ସହିତ ସାମ୍ବାଦିକ ଓ ବିଭିନ୍ନ ପ୍ରତିଯୋଗିତାରେ ଜର୍ଜ ଭାବେ ମାନଙ୍କୁ ଫୁଲତୋଡା ଓ ଉପଢ଼ୌକନ ଦେଇ ସମ୍ବଦ୍ଦିତ କରାଯାଇଥିଲା । ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ସହ ସିଲଡ ଦେଇ ସମ୍ବଦ୍ଦିତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଗୋପିନାଥ ରଥ, ସରୋଜ କୁମାର ବେହେରା, ଅନ୍ନଦାସ ସୁଆର ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମସ୍ତ ସିଆରସିସି ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସିଆରସିସି ସୁନୀଲ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏବିଇଓ ପ୍ରଭାସ ଚନ୍ଦ୍ର କରଣ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୦/୨୦୨୫---- ୭,୪୦ Sakhigopal News---22/10/2025