ଦୀପାବଳୀ ପାଇଁ ଜଟଣୀ ସହର ଚଳଚଞ୍ଚଳ ,ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ପାଇଁ ବଢୁଛି ଟ୍ରାଫିକ ସମସ୍ୟା
ଜଟଣୀ:-ପବିତ୍ର ଦୀପାବଳୀରେ ବାଣ ବିକ୍ରିରେ ଜଟଣୀ ପ୍ରସିଦ୍ଧ ବେଶ ପରିଚିତ l ସହରର ନିକଟବର୍ତ୍ତୀ ସହର ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ପ୍ରଭୁତି ଅଂଚଳରୁ ଅନେକ ଲୋକ ବାଣ କିଣିବାପାଇଁ ଦୌଡ଼ି ଆସନ୍ତି l କାରଣ ଜଟଣୀ ସହରରେ ବାଣ ର ମୂଲ୍ୟ ଶସ୍ତା ଅଟେ ବୋଲି ଗ୍ରହକଙ୍କ ମନରେ ଏକ ବିଶ୍ୱାସ ଅଛି l ତେଣୁ ସ୍ଥାନୀୟ ସରକାର ସହର ହିତ ଦୃଷ୍ଟିରୁ ସ୍ଥାନୀୟ ଶରତ ପାଇକରାୟ ଷ୍ଟାଡିୟମରେ "ବାଣ ବଜାର" ପାଇଁ ଖୁଚୁରା ବ୍ୟବସାୟୀ ବାଣ ବିକ୍ରିପାଇଁ ଅନୁମତି ପ୍ରଦାନ କରିଥିଲେ l ଯାହା ଫଳରେ ସେଠାରେ ୧୦୨ଟି ଦୋକାନ ବାଣ ବିକ୍ରିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଅଛି l କିନ୍ତୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଟ୍ରାଫିକ ସମସ୍ୟା ପ୍ରତି ଉଦାସୀନତା ଦେଖା ଦେଇଛି l କାରଣ ଦିନ ୧୦ ଠାରୁ ଅପରାହ୍ନ ୩ ଘଟିକା ଏବଂ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ତଳଖେତା ଜଟଣୀ ଗେଟ ଠାରୁ ଶରତ ପାଇକରାୟ ଷ୍ଟାଡିୟମ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟାର ଜଟିଳ ସମସ୍ୟା ଦେଇଛି l ଯାହା ଫଳରେ ସାଧାରଣ ଲୋକେ ଜଟଣୀ ଗେଟ ଠାରୁ ହରିଭାଇନା ଛକକୁ ଆସିବା ପାଇଁ ଦୁଇ ଘଣ୍ଟା ରୁ ତିନି ଘଣ୍ଟା ସମୟ ଲାଗେ l ଏଠି ପ୍ରଶ୍ନ ଉଠେ ସରକାର ସାଧାରଣ ଲୋକଙ୍କ ହିତ ଦୃଷ୍ଟିରୁ ତଥା ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ଦୃଷ୍ଟିରୁ ଏକ ଷ୍ଟାଡିୟମର ଖୋଲା ପଡିଆରେ ସମୂହ ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି l କିନ୍ତୁ କେଉଁ ଆଧାରରେ ଷଣ୍ଢ ପୁର ଗ୍ରାମଠାରୁ ତଳଖେତା ପର୍ଯ୍ୟନ୍ତ ସଂକୀର୍ଣ୍ଣ ରାସ୍ତାର ଉଭୟ ପାର୍ଶ୍ୱରେ ବାଣ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଅଛି l ସେଥି ମଝିରେ ଏକ ସରକାରୀ ଠିପି ବନ୍ଦ ମଦ ଦୋକାନ l କିନ୍ତୁ ଲୋକେ ସେଠାରେ ମଦ ବୋତଲ ଖୋଲି ଖୁଲମଖୋଲା ପିଅନ୍ତି l ସେଥିପାଇଁ କିଛି ଅସାଧୁ ଲୋକ ରାସ୍ତା କଡରେ ମଦ ଦୋକାନ ସାମ୍ନାରେ ଚାଖଣା ଦୋକାନ ଖୋଲିବା ଫଳରେ ସେଠାରେ ଭିଡ଼ ହୁଏ l କୌଣସି ଠାରେ ପାର୍କିଙ୍ଗ ବ୍ୟବସ୍ଥା ନ ଥିବାରୁ ଗ୍ରାହକ ମାନେ ରାସ୍ତା ଉପରେ ଗାଡ଼ି ରଖି ବାଣ କିଣିବା ପାଇଁ ଦୋକାନ ଯାଇଥାନ୍ତି l ରାସ୍ତାର ଉଭୟ ପଟେ ଗାଡ଼ି ରହିବା ଯୋଗୁଁ ରାସ୍ତା ଅବରୋଧ ପାଇଁ ସାଧାରଣ ଲୋକଙ୍କ ଯିବା ଆସିବା କରିବାରେ କଷ୍ଟ ହୋଇଥାଏ l ବୁଦ୍ଧିଜୀବୀ ଙ୍କ ମତରେ ଏଥିପାଇଁ ଦାୟୀ ସ୍ଥାନୀୟ ପ୍ରଶାସନ ନା ବାଣ ବ୍ୟବସାୟୀ ନା ସାଧାରଣ ଜନତା ଏହା ଏକ ଚିନ୍ତାର ବିଷୟ ହୋଇଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୧/୧୦/୨୦୨୫---୭,୨୫ Sakhigopal News,21/10/2025