Breaking News

ସତ୍ୟବାଦୀରେ ଚାଷୀ ସଂକଳ୍ପ ସମାବେଶ ଅନୁଷ୍ଠିତ


ସାକ୍ଷୀଗୋପାଳ ---ପୁରୀ ଜିଲ୍ଲା ଅଧିନସ୍ଥ ସତ୍ୟବାଦୀ ବ୍ଲକର ବନପୂର ସ୍ଥିତ ଶ୍ରୀକୃଷ୍ଣ କଲ୍ୟାଣ ମଣ୍ଡପରେ ନବ ନିର୍ମାଣ କୃଷକ ସଂଗଠନ ତରଫରୁ  ସଂଗଠନର ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ଦେବିପ୍ରସାଦ ମହାରଣାଙ୍କ ନେତୃତ୍ବରେ  ବ୍ଳକ୍ ସ୍ତରୀୟ ସାଂଗଠାନିକ ସମାବେଶର ଆୟୋଜନ କରାଯାଇଥିଲା। ଶ୍ରୀ ମହାରଣାଙ୍କ ଆହ୍ଵାନରେ ସତ୍ୟବାଦୀ ବ୍ଳକ୍ ର ବିଭିନ୍ନ ରାଜନୈତିକ ଦଳର ନେତୃତ୍ବ ମାନଙ୍କ ସହିତ ଚବିଶି ପଞ୍ଚାୟତର ଚାଷୀ ନେତା ମାନେ ଏହି ସମାବେଶରେ ସମବେତ ହୋଇ ଚାଷୀ ସମସ୍ୟା ପ୍ରତି ସରକାର ମାନଙ୍କ ଉଦାସୀନତା ସମ୍ପର୍କରେ କ୍ଷୋଭ ପ୍ରକାଶ କରିଥିଲେ। ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ, ଚାଷୀଙ୍କୁ ମାସକୁ ଦଶ ହଜାର ଟଙ୍କା ସୁରକ୍ଷା ଭତ୍ତା, ବୁଢା ବୁଢ଼ିଙ୍କୁ ମାସକୁ ତିନି ହଜାର ଟଙ୍କା ଭତ୍ତା, ଷଣ୍ଢ,ମାଙ୍କଡ, ହରିଣ, ହାତୀ, ବାରହା ଉପଦ୍ରବରୁ ଚାଷୀ କୂଳକୁ ସୁରକ୍ଷା, ନିଶାମୁକ୍ତ ଓଡ଼ିଶା, ସବୁ ଜମିକୁ ଜଳ ସେଚନ, ଜଳ ନିଷ୍କାସନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କୁ ସମ୍ପୂର୍ଣ୍ଣ ମାଗଣା ପ୍ରଭୃତି ପ୍ରସଙ୍ଗରେ  ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ସଭାରେ ଉପସ୍ଥିତ ହୋଇ ପ୍ରଥମେ ରାଜ ନୈତିକ ଦଳର ନେତୃତ୍ବ ମାନଙ୍କ ଚାଷୀ ଆନ୍ଦୋଳନ ପ୍ରତି ଥିବା ସମର୍ଥନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ଚାଷୀଙ୍କ ପ୍ରତି ଜନ ମଙ୍ଗଳକାରି ସରକାରଙ୍କ ସରକାରୀ ଶୋଷଣ ସମ୍ପର୍କରେ ବିଶୋଦଗାର କରି ଚାଷୀ ସମସ୍ୟାର ସମାଧାନ ନିମନ୍ତେ ଦଳମତ ନିର୍ବିଶେଷରେ ସତ୍ୟବାଦୀ ଚାଷୀ ଏକଜୁଟ ହୋଇ ଆସନ୍ତା ୩୦ ତାରିଖରେ ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ପାଇଁ ଆହ୍ଵାନ ଦେଇଥିଲେ। ସରକାରୀ ଶୋଷଣରେ ଜର୍ଜରିତ ଉପସ୍ଥିତ ଚାଷୀମାନେ ଅକ୍ଷୟ କୁମାରଙ୍କ ଆହ୍ବାନକୁ ସମ୍ମାନ ସମର୍ଥନ ଜଣାଇବା ସହିତ ପ୍ରତ୍ୟେକ ଚାଷୀ ନିଜନିଜ ଗ୍ରାମରେ ସଂଗଠନକୁ ମଜବୁତ କରିବାପାଇଁ ସଂକଳ୍ପ ନେଲେ। ଆଜିର ଏହି ସମାବେଶରେ ସେକ୍ ଆଲିମ୍, ସନ୍ତୋଷ ବେହେରା, ସୋମନାଥ ମୁଦୁଲି, ସୁନିଲ କୁମାର ପଣ୍ଡା, ଦେବାଶିଷ ରାୟ, ହରେନ୍ଦ୍ର ରାଉତ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପ୍ରଭୃତି ରାଜନୈତିକ ନେତୃତ୍ୱ ମାନଙ୍କ ସହିତ ଶତାଧିକ ଚାଷୀ ନେତୃତ୍ବ ମାନେ ଯୋଗଦାନ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୧୦/୨୦୨୫---୯,୧୦ Sakhigopal News,23/10/2025

Blog Archive

Popular Posts