ବୀରଗୋବିନ୍ଦପୁର ଗ୍ରାମରେ କାଳୀପୂଜା ଅବସରରେ ଘଟିଲା ଅଘଟଣ ; ବିଦ୍ୟୁତ କରେଣ୍ଟ ଲାଗି ଦୁଇ ମୃତ୍ୟୁ
ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଶାସନ ଗ୍ରାମରେ ପୂଜିତ ମା ଦକ୍ଷୀଣକାଳୀଙ୍କ କାଳୀ ପୂଜା ହେବା ସମୟରେ ସେଠାରେ ଘଟିଛି ଏକ ଅଘଟଣ । ସୁଚନା ଯୋଗ୍ୟ ରେ ହୋମ କୁଣ୍ଡ ନିକଟରେ ଭକ୍ତ ଓ ଗ୍ରାମବାସୀ ମାନଙ୍କ ଉଦ୍ଦ୍ୟେଶରେ ଏକ ଭଜନ ପରିବେଷଣ କରାଯାଇଥିଲା । ମାତ୍ର ସେଠାରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଦେହରେ ବିଦ୍ୟୁତ ଣ୍ରଣ୍ଟ ଲାଗିଯିବାରୁ ସେମାନଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ଏହି ଯୁବକ ଜଣଙ୍କ ତାଙ୍କ ମାଙ୍କୁ ସଙ୍ଗରେ ଧରି ଭଜନ ଓ କାଳୀ ପୂଜା ଦେଖିବାକୁ ଆସିଥିଲେ । ମାତ୍ର ବିଦ୍ୟୁତ କରେଣ୍ଟ ଲାଗିଯିବାରୁ ସେମାନେ ତଳେ ପଡି ଯାଇଥିଷଲ । ସେଠାରେ ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ନିଆଯାଇଥିଲା । ଡାକଚର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ତୁରନ୍ତ ସାକ୍ଷୀଗୋପାଳ ମେଡିକାଲକୁ ପଠାଇଥିଲେ । ମାତ୍ର ଡାକ୍ତର କହନ୍ତି ଯେ ମହିଳା ଓ ପୁରୁଷ ଦୁଇଜଣ ନିଶା ସେବନ କରିଥିବା ଅନୁମାନ କରିଛନ୍ତି । ଅନ୍ୟ ପକ୍ଷେ ସତ୍ୟବାଦୀ ପୋଲିସ ଶବ ଜବତ କରି ୨୬/୨୦୨୫ରେ ଏକ ଅପମୃତ୍ୟୁ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷେ ଏହି ଦୁଇଜଣଙ୍କ ପରିଚୟ ସଠିକ ମିଳିନଥିବା ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ତୁରନ୍ତ ବିଦ୍ୟୁତ ସଂଯୋଗ କରିଥିବା ଅସ୍ଥାୟୀ ମାଲିକଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବାକୁ ଜନସାଧାରଣରେ ଦାବି ହେଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧୦/୨୦୨୫---୭,୨୫ Sakhigopal News,21/10/2025