ସାମ୍ବାଦିକଙ୍କ ପିତୃ ବିୟୋଗ
ଜଟଣୀ :-ଆଜି ପ୍ରତ୍ୟୁଷରୁ ଜଟଣୀ ୟୁଟୁବ ଚ୍ୟାନେଲ "ବର୍ତ୍ତମାନ' ଟେଲିଭିଜନର ସାମ୍ବାଦିକ ସୁବ୍ରତ ନାୟକ ଙ୍କ ପିତା ଚନ୍ଦ୍ରଶେଖର ନାୟକଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପରିବାର ବର୍ଗଙ୍କୁ ଶୋକାକୋଳ ପରିବେଶରେ ଭସାଇଦେଇ ଇହଲୀଳା ସମ୍ବରଣ କରିଛନ୍ତି l ସେ ଜଣେ ମିଷ୍ଟଭାଷୀ ଏବଂ ପରାଉପକାରୀ ବ୍ୟକ୍ତି ଥିଲେ l ତାଙ୍କ ମୃତ୍ୟରେ ପରିବାର ବର୍ଗ ଏବଂ ସମ୍ପର୍କୀୟ ତଥା ସାହି ପଡିଶା ମନ ଦୁଃଖରେ ଭାଂଗିପଡ଼ିଛି l ମୃତ୍ୟୁ ସମୟରେ ତାଙ୍କ ନିକଟରେ ଅର୍ଦ୍ଧାଙ୍ଗିନୀ କୁମୁଦିନୀ ନାୟକ, ଜ୍ୟେଷ୍ଠ ପୁତ୍ର ସତ୍ୟବ୍ରତ ନାୟକ ତଥା ବୋହୁ ମୋନାଲିସା ପଟ୍ଟନାୟକ, କନିଷ୍ଠ ପୁତ୍ର ସୁବ୍ରତ ନାୟକ ଏବଂ ନାତି ସାଇ ମାନସ ନାୟକ ଉପସ୍ଥିତ ରହିଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୧୦/୨୦୨୫----୭,୧୦ Sakhigopal News,21/10/2025


