ଘର ବାରଣ୍ଡାରେ ଶୋଇଥିବା ବେଳେ ଜଣକୁ ଦଳି ମାରିଦେଲା, ବଣୁଆ ହାତୀ
ଭଞ୍ଜନଗର - ଘର ବାରଣ୍ଡାରେ ଶୋଇଥିବା ବେଳେ ଘୋଡାଇ ଗୋଡ଼ାଇ ପାଖ ଜମିରେ ଜଣକୁ ଦଳି ମାରିଦେଲା ବଣୁଆ ହାତୀ । ଗଂଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ବେଲାଟୁଣୁ ଗାଁ ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ସେହି ଗାଁର ବିକ୍ରମ ନାୟକ ବୋଲି ଜଣା ପଡିଛି । ଆଜି ଭୋର ସମୟରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ସୂଚନା ପ୍ରକାରେ ବେଲାଟୁଣୁ ଗାଁ ଠାରୁ କିଛି ଦୂରରେ ରହିଥିବା ଏକୁଟୁଆ ଏକ ଘର ବାରଣ୍ଡାରେ ବିକ୍ରମ ଶୋଇଥିଲେ । ଏହି ସମୟରେ ୪ ଟିକିଆ ହାତୀପଲ ସେଠାକୁ ଫସଲ ଖାଇବାପାଇଁ ଯାଇଥିଲେ । ହାତୀପଲ ର ଗର୍ଜନ ଶୁଣି ବିକ୍ରମ ନିଦରୁ ଉଠି ଦୈ।ଡିଥିଲେ । ଏହି ସମୟରେ ହାତୀପଲ ତାଙ୍କୁ ଗୋଡ଼ାଇ ଗୋଡ଼ାଇ, ପାଖ ଚାଷ ଜମିରେ ଦଳି ଚକଟି ମାରି ଦେଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଖବର ପାଇ ବନବିଭାଗ କର୍ମଚାରୀ ମାନେ ସକାଳୁ ଘଟଣା ସ୍ଥଳରେ ପହଞ୍ଚି, ଅନୁସନ୍ଧାନ କରିବା ସହ, ଭଂଜନଗର ମେଡିକାଲରେ ବ୍ୟବଛେଦ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ମୃତକଙ୍କ ସମ୍ପର୍କୀୟଙ୍କୁ ଯଥାଶୀଘ୍ର କ୍ଷତିପୂରଣ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି । ସଂପୃକ୍ତ ଅଞ୍ଚଳରେ ଦୀର୍ଘଦିନ ପରେ ବଣୁଆ ହାତୀପଲ ପୁଣି ଆକ୍ରମଣ ମୁହାଁ ହୋଇଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୫/୧୦/୨୦୨୫---୯,୩୫ Sakhigopal News,25/10/2025


