ସୋନି ଗୋଛାୟତଙ୍କୁ ମିଳିଲା ସରକାରୀ ସାହାଯ୍ୟ
ଡେଲାଙ୍ଗ ------- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମର ସୋନି ଗୋଚ୍ଛାୟତ, ତାଙ୍କ ସ୍ୱାମୀ ସରୋଜ ଗୋଚ୍ଛାୟତ ପ୍ରାୟ ଦେଢ଼ ବର୍ଷ ତଳେ ମରିଥିଲେ । ସୋନି ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସାମିଲ ହେବା ପାଇଁ ସମସ୍ତ କାଗଜ ପତ୍ର ବ୍ଳକ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ସୋନି ବାରମ୍ବାର ବ୍ଳକ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇଥିଲେ । ବୁଧବାର ଦିନ ବ୍ଳକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସୋନି ଆତ୍ମହୁତି ଦେବା ପାଇଁ ଶେଷରେ ନିସ୍ପତି ନେଇଥିବା ଖବର ପ୍ରକାଶିତ ହୋଇଥିଲା । ପୁରୀ ଜିଲ୍ଲାପାଳ ଖବର ପଡି ତୁରନ୍ତ ସୋନି ଗୋଛାୟତଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ସତ୍ୟବାଦୀ ବ୍ଳକ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୋନି କେତକ ସଂଗଠନର କର୍ମକର୍ତ୍ତା ଓ ମହିଳା ସଂଗଠନର ସହଯୋଗରେ ବ୍ଳକ କାର୍ଯ୍ୟାଳୟ ଠାରେ ପହଞ୍ଚିବା କ୍ଷଣି ବିଡିଓ ଶିବାନନ୍ଦ ସ୍ୱାଇଁ ଓ ଅତିରିକ୍ତ ବିଡିଓ ସାରଦା ପ୍ରସନ୍ନ ମହାନ୍ତି ୨୦ ହଜାର ଟଙ୍କାର ଚେକ୍ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ପ୍ରଦାନ କରିଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି