ସାକ୍ଷୀଗୋପାଳ ନିଉଜର ଏକ ବଡ ସଫଳତା ; ଜିଲ୍ଲାପାଳଙ୍କୁ ଧନ୍ଯବାଦ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମର ସୋନି ଗୋଚ୍ଛାୟତ ତାଙ୍କ ସ୍ୱାମୀ ସରୋଜ ଗୋଚ୍ଛାୟତ ମରିଯିବା ପରେ ସରକାରୀ ସାହାର୍ଯ୍ୟ ପାଇବା ପାଇଁ ସରକାରୀ ନିୟମ ଅନୁସାରେ ସମସ୍ତ କାଗଜ ପତ୍ର ବ୍ଳକ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସୋନି ଆତ୍ମହୁତି ଦେବା ପାଇଁ ଶେଷରେ ନିସ୍ପତି କରିଥିବା ଲିଖିତ ଭାବରେ ଜଣାଇଥିବା ଖବର ପ୍ରକାଶିତ ହେବାସହ ଏ ସମ୍ପର୍କରେ ଜିଲ୍ଳାପାଳଙ୍କୁ ସାକ୍ଷୀଗୋପାଳ ନିଉଜ ପକ୍ଷରୁ ଜଣାଇ ଦିଆଯାଇଥିଲା । ତୁରନ୍ତ ଜିଲ୍ଳାପାଳ ପଦକ୍ଷେପ ନେଇ ସତ୍ଯବାଦୀ ବ୍ଳକ ବିଡିଓଙ୍କୁ ତୁରନ୍ତ ଉକ୍ତ ମହିଳାଙ୍କୁ ଚେକ ପ୍ରଦାନ କରିଥିଲେ । ଯାହାକି ମହିଳା ଓ ଗ୍ରାମବାସି ମାନେ ଜିଲ୍ଳାପାଳଙ୍କୁ ଧନ୍ଯବାଦ ଦେବା ସହ ବିଡିଓଙ୍କୁ ସାଧୁବାଦ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି