ସତ୍ୟବାଦୀ ବ୍ଳକରେ ଶୁକଳ ଗ୍ରାମ ପଞ୍ଚାୟତରେ ଶତାଧିକ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ଶୁକଳ ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ ଓ ଭୂମିହୀନ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରୁ ବଞ୍ଚିତ ବୋଲି ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ରାଜ୍ୟ ସରକାର କାଳିଆ ଯୋଜନାରେ ସମସ୍ତ ପରିବାର ସାମିଲ କରାଯିବ ବୋଲି କହୁଥିବା ବେଳେ ଏବେ ଏହା ମିଛ ବୋଲି ପ୍ରମାଣିତ ହୋଇଛି ବୋଲି ଶୁକଳ ଗ୍ରାମର ଚାଷୀ ମାନେ ଅଭିଯୋଗ କରିଛନ୍ତି । କାଳିଆ ଯୋଜନା ଆରମ୍ଭ ହେବା ସମୟରେ ଜମ୍ବେଶ୍ୱର ପଣ୍ଡା, ସୁରେନ୍ଦ୍ର ବାରିକ, ତ୍ରିଲୋଚନ ପଣ୍ଡା, ରାଜ କିଶୋର ସାହୁ, ଇନ୍ଦ୍ରମଣି ପଣ୍ଡା, ସଦାଶିବ ପଣ୍ଡା, ବୀର ଦାଶ, ରାମ ଭୋଇ, ଗୋବିନ୍ଦ ଚନ୍ଦ୍ର ନାଥ, ଶକୁନ୍ତଳା ପଣ୍ଡା ଓ ଜମ୍ବେଶ୍ୱର ନାଥ ପ୍ରମୁଖ କାଳିଆ ଯୋଜନାରେ ପଞ୍ଚାୟତରୁ ଫର୍ମ ଆଣି ସଠିକ ଭାବରେ ପୂରଣ କରି ପକାଇଥିଲେ । ଫର୍ମ ପକାଇବା ସମୟରେ ସେଥିରେ ନିଜର ଭୋଟର ପରିଚୟପତ୍ର, ଆଧାରକାଡ, ବ୍ୟାଙ୍କ ପାସବୁକ, ଜମିର ପଟ୍ଟା, ପାଉତି, କିଷାନ କେଡିଟ କାର୍ଡ ସହିତ ନିଜ ମୋବାଇଲି ନଂ ଦେଇଥିଲେ । ମାତ୍ର କିଛି ନିଦ୍ଧିଷ୍ଟ ବ୍ୟକ୍ତ ବିଶେଷଙ୍କର କାଳିଆ ଯୋଜନାରେ ଅର୍ଥ ଆସିଥିବା ବେଳେ ପ୍ରାୟ ଶତାଧିକ ଚାଷୀ ମାନେ କାଳିଆ ଯୋଜନାରୁ ବଞ୍ଚିତ ହୋଇଛନ୍ତି ବୋଲି ଆଜି ସତ୍ୟବାଦୀ ବିଡିଓ ଶିବାନନ୍ଦ ସ୍ୱାଇଁଙ୍କ ପାଖରେ ଅଭିଯୋଗ କରିଥିବା ଜଣାପଡିଛି । ବିଡିଓ ଶ୍ରୀ ସ୍ୱାଇଁ ତୁରନ୍ତ କାଳିଆ ଯୋଜନାର ହେଲପ୍ ଲାଇନି ନଂ ସହିତ ଯୋଗାଯୋଗ କରିବା ପରେ ଆଉ କିଛି ଦିନ ଅପେକ୍ଷର କରିବା ପାଇଁ ଚାଷୀ ମାନଙ୍କୁ କହିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି