ହଜିଥିବା କାଗଜ ପତ୍ର ଫେରସ୍ତ ପାଇଲେ
କନ୍ଧମାଳ---- ଜଣେ ଯୁବକଙ୍କ ହଜି ଯାଇଥିବା ସାର୍ଟିଫିକେଟ ଓ ବିଭିନ୍ନ ଦରକାରୀ କାଗଜପତ୍ର ସମ୍ପୃକ୍ତ ଯୁବକଙ୍କୁ ଫେରାଇଲେ ବାଲିଗୁଡା ବିଜୁ ଯୁବ ବାହିନୀର ଦୁଇ ସଦସ୍ୟ ତ୍ରିନାଥ କୁମାର ବେହେରା ଓ ଚିତ ରଞନ ପାତ୍ର । ଗତ ଗୁରୁବାର ଦିନ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ବାଲିମାହା ଗ୍ରାମର ଦୁଇଭାଇ ବଗିନ୍ଦ୍ର ମଲ୍ଲିକ ଓ ଜାକି ମଲ୍ଲିକ ସମସ୍ତ ପ୍ରମାଣପତ୍ର ଧରି ଫୁଲବାଣୀ ଯାଉଥିବା ସମୟରେ ବାଲିଗୁଡା ରେ ସେମାନଙ୍କ ବ୍ୟାଗ୍ ହଜିଯାଇଥିଲା । ବିଜୁ ଯୁବ ବାହିନୀର ଦୁଇ ସଦସ୍ୟ ତ୍ରିନାଥ ଓ ଚିତ ରଞନ ବାଲିଗୁଡା ବଜାର ନିକଟରୁ ବ୍ୟଗ୍ ଟି ପାଇଥିଲେ । ଏହପରେ ବ୍ୟଗ୍ ଖୋଲି ଦେଖିବାପରେ ବ୍ୟାଗ୍ ରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଜାଣିପରିଥିଲେ । ସମ୍ପୃକ୍ତ ଯୁବକଙ୍କ ଠିକଣାପାଇ ଯୋଗାଯୋଗ କରିବାପରେ ବ୍ୟାଗ୍ ଟି ହସ୍ତାନ୍ତର କରିଥିଲେ । ଦୁଇ ସଦସ୍ୟଙ୍କ ଠାରୁ ହଜିଯାଇଥିବା ସମସ୍ତ ବ୍ୟାଗ୍ ପାଇ ବଗିନ୍ଦ୍ର ଅତ୍ୟନ୍ତ ଖୁସିହେବାସହ ବିଜୁ ଯୁବ ବାହିନୀର ଦୁଇ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଜୁ ଯୁବ ବାହିନୀର ଦୁଇ ସଦସ୍ୟଙ୍କ ଏଭଳି ମହତ କାମକୁ ଅଞ୍ଚଳବାସୀ ବେସ୍ ପ୍ରଶଂସା କରିଛନ୍ତି ।
କନ୍ଧମାଳରୁ ମନୋଜ ପଣ୍ଡା