ଡେଲାଙ୍ଗ ପ୍ରିୟମର ଲିଗ ମ୍ୟାଚ ଶନିବାର ଉଦଘାଟନ
ଡେଲାଙ୍ଗ --- କିକ୍ରେଟ ଖେଳ ଦେଖିବା ଯେତିକି ନିଶା ଥିଲା ଏବେ ଯୁବପୀଢ଼ି ଖାଲି କିକ୍ରେଟ ନୁହେଁ କବାଡି, ଫୁଟବଲ ଆଦି ଖେଳାଳିଙ୍କ ଭଲି ଚୁଟି କାଟିଲେନି । ସେହିପରି ଡେଲାଙ୍ଗ ବ୍ଳକରେ ଦେଶରେ ଯେପରି ପିପିଏଲ ଖେଳାଳି ମାନଙ୍କୁ ବିଭିନ୍ନ କମ୍ପାନୀ ଠାରୁ ଧନୀ ବ୍ୟକ୍ତି ମାନେ ନିଲାମ କରି କିଣନ୍ତି । ସେହିପରି ଡେଲାଙ୍ଗ ବ୍ଳକରେ ଖେଳାଳିମାନଙ୍କୁ ନେଇ ଏକ ନିଲାମ କରାଯାଇଥିଲା । ଏଥିରେ ସର୍ବାଧିକ ଚିନ୍ମୟ ରାଉତଙ୍କୁ ୧୯୦୦ ଶହ ଟଙ୍କାରେ ଗ୍ଳାଡିଏଟର ଏକାଦଶ କିଣିଥିବା ଜଣାପଡିଛି । ୬ଜଣ ମାଲିକ ମାନେ ଏହି ଖେଳାଳି ମାନଙ୍କୁ କିଣିଛନ୍ତି । ସୁବାସ ବେହେରାଙ୍କ ଟିମ ଫେରୋସିଅସ ପାଷ୍ଟିସ, ସୂର୍ଯ୍ୟକାନ୍ତ ଜେନା- ଏସ ଆର ଟି ସୁପର କିଙ୍ଗ, ଅଭୁମନ୍ୟୁ ରାଉତ- ଜାଗୁଳାଇ ଜାଗୁଆର, ଦୀପକ ପ୍ରଧାନ- କେଣ୍ଟ ଲାୟନ, ମନୋରଞ୍ଜନ ଜେନା ଓ ହୃଷିକେସ ଜେନା - ଗ୍ଳାଡିଏଟର ଏକାଦଶ ଓ ଦୀଲିପ ପ୍ରଧାନ- ମହାବୀର ଓବାରିଅସ ନାମରେ ଖେଳାଳି କିଣିଛନ୍ତି । । ଉଦଘାଟନ ମ୍ୟାଚ ଶନିବାର ୨ଟା ସମୟରେ ଅନୁଷ୍ଠିତ ହେବ । ଅତିଥି ଭାବେ ବ୍ଳକ ବିଜେଡି ସଭାପତିବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ଜେନା, ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନାଙ୍କ ସହିତ ୧୭ନଂ ଜିଲ୍ଲାପରିଷଦ ଜୋନର ସମସ୍ତ ସରପଞ୍ଚ ମାନେ ଉପସ୍ଥିତ ରହିବେ । ଗୁଆଳିପଡା ଗ୍ରାମ ପଡିଆରେ ଏହି ମ୍ୟାଚ ଖେଳାଯିବ ପ୍ରତି ମ୍ୟାଚ ୧୨ ଓଭର ବିଶିଷ୍ଟ ହେବ ବୋଲି ଆୟୋଜକ ଦୀପକ କୁମାର ଜେନାଙ୍କ ଠାରୁ ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି