ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ଖାତା ପ୍ରଦାନ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ରୟାଲ ଡେଲାଙ୍ଗ ୨୨୨ ଅନୁଷ୍ଠାନ ପକ୍ଷରୁ ୧୦ ବିଦ୍ୟାଳୟର ମୋଧାବୀ ଓ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ଖାତା ପ୍ରଦାନ କରାଯାଇଛି । ଯାହାକି ସେମାନେ ବର୍ଷକ ପାଇଁ ଖାତା କିଣିବେ ନାହିଁ ବୋଲି ଅନୁଷ୍ଠାନର ସଭାପତି ସମୟ ରଞ୍ଜନ ବିଶ୍ୱାଳ ଙ୍କ ଠାରୁ ପ୍ରକାଶ । ସରକାର ପାଠ୍ୟ ପୁସ୍ତକ, ଡ୍ରେସ, ଜୋତା, ସାଇକେଲ ଓ ମଧ୍ୟାହ୍ନ ଭୋଜନ ଦେଇଥିବା ବେଳେ ଖାତା ଦେଉନାହାନ୍ତି । ଏହାକୁ ନଜର କରି ରୟାଲ ଡେଲାଙ୍ଗ ୨୨୨ର ସଦସ୍ୟ ମାନେ ଚିନ୍ତା କରି ଏଭଳି ପଦକ୍ଷେପ ନେଇଛନ୍ତି । ଯାହାକି ଡେଲାଙ୍ଗ ଅଞ୍ଚଳରେ ବେଶ ଆଲେଚନାର ବିସୟ ହୋଇଛି । ସୁକାନ୍ତ ଜେନା, ରାଜେଶ ବେହେରା, ରାମକୃଷ୍ଣ ପରିଡା, ସୁନିଲ ମଲିକ, ତନ୍ମୟ ବିଶ୍ୱାଳ, ସୁଶାନ୍ତ ବିଶ୍ୱାଳ ଓସୁଭାକାନ୍ତ ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି