Breaking News

ସତ୍ୟବାଦୀ ସଂଗୀତ ଓ ନୃତ୍ୟ ଉତ୍ସବ ; ପିଲାଙ୍କ ନୃତ୍ୟରେ ବିଭୋର ହେଲେ ଦର୍ଶକ

ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା  ସତ୍ୟବାଦୀ ସଂଗୀତ ନୃତ୍ୟ ଉତ୍ସବ ସହିତ ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ୪୨ ତମ ବାର୍ଷିକ ଉତ୍ସବ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖ ରେ ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । କୁନି କୁନି ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଦର୍ଶକ ମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଦି ରଖିଥଲା  ।  ଗୁରୁ କେଳୁଚରଣ ସମ୍ମାନରେ ସମ୍ାନୀତ ଗୁରୁ ଲିଙ୍ଗରାଜ ବେହେରା ଓ ଗୁରୁ ରତିକାନ୍ତ ମହପାତ୍ର ଏହି ଉତ୍ସବକୁ  ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ  । ଏଥି ସହିତ  ମହାବିଦ୍ୟାଳୟର ପ୍ରତିଷ୍ଠାତା  ରାମକୃଷ୍ଣ ଖୁଣ୍ଠିଆଙ୍କ ପୁଣ୍ୟତିଥି ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି  । ଏହି ପରିପେକ୍ଷୀରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ଅଚ୍ୟୁତ ମହାରଣାଙ୍କ ସଂଯୋଜନାରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଓଡିଶୀ ବୃନ୍ଦ ଗାୟନ ପରିବେଷଣ କରାଯାଇଛି  । ସେହିପରି ବୈକୁଣ୍ଠ ସେଠୀଙ୍କ ନିର୍ଦ୍ଦେଶନାରେ  ବୃନ୍ଦ ତବଲା ବାଦନ , ଗୁରୁ ଲିଙ୍ଗରାଜ ସ୍ୱାଇଁ ଙ୍କ ସହିତ ଚିରଶ୍ରୋତା ଖୁଣ୍ଠିଆ ଓ ମିରା ଦାସଙ୍କ ତତ୍ୱବଧାନରେ ଓଡିଶୀ ନୃତ୍ୟ,  ମଙ୍ଗଳା ଚରଣ, ପଲ୍ଲବୀ ଓ ଅଭିନୟ ପରିବେଷଣ କରିଥିଲେ ଛାତ୍ରୀ ଦେବସ୍ମିତା ହୋତା ଓ ସାଇସ୍ମିତା ଖୁଣ୍ଠିଆଙ୍କ ସହ ଅନ୍ୟ ଛାତ୍ର ମାନେ ନୃତ୍ୟ ପରିବେଷଣ କରିଥିଲେ  ।  ହାରମୋନିୟମରେ ଅଶୋକ କୁମାର ସାହୁ, ମର୍ଦ୍ଦଳରେ ମାନସ କୁମାର ଷଢ଼ଙ୍ଗୀ, ଭାଓଲିନ୍ ପ୍ରସନ୍ନ କୁମାର ବେହେରା, ପ୍ରଦୀପ କୁମାର ମହାରଣା ରହିଥିବା ବେଳେ ତବଲା ରେ ସୁଶାନ୍ତ ନାୟକ ବାଦ୍ୟ ପରିବେଷଣ କରିଥିଲେ  ।  ଏହି ଅବସରରେ ପ୍ରାକ୍ତନ ସଂସ୍କୃତି ସଚ୍ଚିବ ଆଶୋକ ମିଶ୍ର ଅତିଥି ଭାବେ ଯୋଗଦେଇ ଗୁରୁ ମାଦଳ ବାଦକ ଧନେଶ୍ୱର ସ୍ୱାଇଁଙ୍କୁ ସତ୍ୟବାଦୀ ସମ୍ମାନ, ମାଖନଲାଲ ହାଲଦାର ସ୍ମୃତି ସମ୍ମାନରେ  ଗୁରୁ ରତିକାନ୍ତ ମହାପାତ୍ର ଓ ରାମକୃଷ୍ଣ ଖୁଣ୍ଠିଆ ସମ୍ମାନରେ ଓଡିଶୀ ନୃତ୍ୟଶିଳ୍ପୀ ଛାତ୍ରୀ ମୀରା ଦାସଙ୍କୁ  ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ  ।   ଆଇନଜିବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  । ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଅବିଭାବକ ମାନେ ଉପସ୍ଥିତ ରହିଥିଲେ  । ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଠିଆ  ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ  ।
 ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି

Blog Archive

Popular Posts