ଆଜି ରାତିରେ ମା ଦକ୍ଷୀଣକାଳୀ ଙ୍କର ପ୍ରାଣ ପ୍ରତିଷ୍ଠାହେବ
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଳାର ତନ୍ତପୀଠ ଭାବରେ ବେଶ ପରିଚିତ ସତ୍ଯବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଗ୍ରାମ । ଏଠାରେ ବର୍ଷକୁ ଥରେ ମାଙ୍କ ମୃଣ୍ମୟମୂର୍ତ୍ତି ପୂଜା ପାଇଥାନ୍ତି । ଏଥିପାଇଁ ଗ୍ରାମଟି ଚଳଚଞ୍ଚଳ ହୋଇ ଉଠିଛି । ଘରେ ଘରେ କୁଣିଆ , ବନ୍ଧୁ ବାନ୍ଧବ ଆସିଗଲେଣି । ଅନ୍ଯପକ୍ଷେ ମୃର୍ତ୍ତି କାରିଗର ଶେଷ ସ୍ପର୍ଷ ଅପେକ୍ଷାରେ ରହିଛି । ଆଜି ମଧ୍ୟ ରାତିରୁ ମାଙ୍କ ମୁଖ୍ୟ ପୃଜକ ଅଗାଧୁ ଦୁକ୍ଷୀତଙ୍କ ଦ୍ବାରା ପୀଠ ଶୋଧ କରାଯିବ, ମାଙ୍କ ମୃଣ୍ମୟ ମୂର୍ତ୍ତି ସିଂହାସନ ଉପରକୁ ବିଜେ କରିବେ । ଘଟ ସ୍ଥାପନ,ପରେପରେ ଧୃପ, ଦୀପ,ଫୁଲ ଲାଗି ହେବା ସହ ଦର୍ଶନ କରି ବାର ସୂଯୋଗ ମିଳିବ । ତାପରେ ମାଙ୍କର ଚକ୍ଷୁଦାନ ,ପ୍ରାଣପ୍ରତିଷ୍ଠା ଲୂଗା ଗୁଡାଯାଇ ଗୁପ୍ତ ଭାବରେ ପୂଜା କରାଯିବ । ପରେ ମହାଦେବଙ୍କ ପୃଜା ଅନୁଷ୍ଠିତ ହେବ ସେହି ସମୟରେ ମାଙ୍କ ପାଖରେ ଉଖୂଡା ଭୋଗ ହେବ । ତାପରେ କୋଟିଯୋଗିନି ପୂଜା ,ବଳୀ ଆବାହନ ପର ପରେ ଶାନ୍ତିହୋମ ବା ବିସର୍ଜନ ପୂଜା କରାଯିବ । ଏହାପରେପ୍ଳାଟୁନ ଫୋର୍ସ ସାହାଣମେଲା ଦର୍ଶନ ବୂଧବାର ରାତି ପର୍ଯ୍ଯନ୍ତ ଚାଲିବ ।ମାଙ୍କର ଏହି ଅପୂର୍ବ ଦର୍ଶନ ନିମନ୍ତେ ହଜାର ହଜାର ଲୋକଙ୍କର ସମାଗମ ହେବ । ଏହାକୁ ଲକ୍ଷ୍ଯକରି ପୋଲିସ ପ୍ରଶାସନ ପକ୍ଷରୁ ୪ ଜଣ ଡିଏସପି ,ଇନିସିପେକ୍ଟ୍ ର ୭ ଜଣ,ଏସ ଆଇ ଓ ଏ ଏସ ଆଇ୨୩ଜଣ ,ହାବିଲିଦାର ୨ଜଣ , ଟ୍ରାଫିକିପୋଲିସ ୮ ଜଣ , ହୋମଗାଡ ୮୨ ଜଣ, କନେଷ୍ଟବଳ ୨୦ ଜଣ ଙ୍କ ସହିତ ୫ ପ୍ଳାଟୁନ ଫୋର୍ସ ଉପସ୍ଥିତ ରହିଛନ୍ତି ।ଗ୍ରାମ କୋଠ ସଭାପତି ଭିକାରୀ ନନ୍ଦ, ସମ୍ପିଦକ ଶ୍ରୁନିବାସ ମିଶ୍ର ଅନ୍ଯ ସଦସ୍ୟ ଓ ଯୁବଗୋଷ୍ଠୀ ମାନେ ଉପସ୍ଥିତ ରହି ମାଙ୍କ ଯାତ୍ରା ଶାନ୍ତି ଶୃଙ୍କଳାରେ ଶେଷ ହେବାପାଇଁ ଉଦ୍ଦ୍ଯମ ଜାରି ରଖିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Kalipuja pani Biragobindhapur chalchhala