ଝରାପାଲି ଉଚ୍ଚ ବିଦ୍ୟାଳୟ ଠାରେ ସପ୍ତାହବ୍ୟାପୀ ବନମହୋସବ ପାଳିତ
A week-long forest festival is held at Jharapali High School
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ଉଚ୍ଚ ବିଦ୍ୟାଳୟ ଠାରେ ସପ୍ତାହବ୍ୟାପୀ ବନମହୋସବ ପାଳିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ବିଦ୍ୟାଳୟ ର ପରିଚାଳନା କମିଟିର ସଦସ୍ୟ ମାନେ ସାମିଲ ହୋଇଥିଲେ । ବିଦ୍ୟାଳୟ ପରିସରରେ ନିମ୍ବ, ବାହାଡ଼ା, ଅଁଳା , ପଣଷ, ଆମ୍ବ, ପିଜୁଳି କୃଷ୍ନଚୂଡ଼ା ଇତ୍ୟାଦି ବିଭିନ୍ନ ପ୍ରକାର ର ଚାରାରୋପଣ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ବୃକ୍ଷ ର ଯତ୍ନ, ପ୍ଲାଷ୍ଟିକ୍ ବର୍ଜନ, ପରିବେଶ ସୁରକ୍ଷା, ଶକ୍ତି ସଂରକ୍ଷଣ, ଜଳ ସଂରକ୍ଷଣ ଓ ସବୁଜ ଶପଥପାଠ କରିଥିଲେ। ପରେ ଛାତ୍ରଛାତ୍ରୀ ମାନେ ଓ ଶିକ୍ଷକ ଗୋଟିଏ ଗୋଟିଏ ଚାରାଗଛ ଧରି ଝରାପାଲି ଉଚ୍ଚ ବିଦ୍ୟାଳୟ ଠାରୁ ଝରାପାଲି ମାର୍କେଟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ଜନସାଧାରଣଙ୍କୁ ସଚେତନତା ର ବାର୍ତ୍ତା ପ୍ରଚାର କରି ଥିଲେ। ଶେଷରେ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉତ୍ତମ ପୁରୋହିତ ସଭାପତିତ୍ବ ରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ପ୍ରଥମ, ଦ୍ଵିତୀୟ, ତୃତୀୟ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କୃତ କରାଯାଇଥିଲା। ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୭/୨୦୨୨ ---- ୬,୪୦ Sakhigopal News,10/7/2022