Breaking News

ରାସ୍ତାକଡ ଗଛକୁ ପିଟିଲା ବାଇକ୍ , ଯୁବକର ମୃତ

A young man was killed when his bike hit a roadside tree

ଭଞ୍ଜନଗର -  ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଭଂଜନଗର - ସୋରଡା ରାସ୍ତାର  ମରାଇପାଟ ଗାଁ ନିକଟ ରାସ୍ତାରେ ଘଟିଛି ଦୁର୍ଘଟଣା । ମୃତ ଯୁବକ ଜଣକ ହେଲେ ଭଂଜନଗର ଥାନା ଅନ୍ତର୍ଗତ ଖମାରେଡି ଗାଁ ର କୃଷ୍ଣଚନ୍ଦ୍ର ଜୋନାଙ୍କ ପୁଅ  ବାବୁନା ଜେନା ବୋଲିଇ ଜଣାପଡିଛି । ଭଂଜନଗର ରୁ ବଡବୋସିଙ୍ଗି ଅଭିମୁଖେ ଯାଉଥିବା ବେଳେ ରାସ୍ତା କଡ଼ରେ ଥିବା ସିମେଣ୍ଟ ପିଲର ଓ ଗଛ ସହ ଧକ୍କା ହୋଇ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବାଇକ୍ ର ପଛଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।  ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି ପୋଲିସ ।ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ଗାଙ୍ଗପୁର ଥାନା ପୋଲିସ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୭/୨୦୨୨----୮,୫୦  Sakhigopal News,14/7/2022

Blog Archive

Popular Posts