ଜଟଣୀର ପୁରପଲ୍ଲୀରେ ରଥଯାତ୍ରା ପାଳିତ ହୋଇଯାଇଛି
The procession is celebrated in the suburbs of Jatani
ଜଟଣୀ ----ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓଡିଶାର ପୁରୀ ସମେତ ରାଜ୍ୟର ବହୁ ସ୍ଥାନରେ ପାଳିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ମଧ୍ୟ ପୁରପଲ୍ଲୀରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଅଧୀନ ଲବଣଗିରି ପାହାଡ଼ ଜଗନ୍ନାଥ ମନ୍ଦିର, କୁଦିଆରୀ, ବାଛରା ପାଟଣା, ହାଟ ବଜାର,ବୁଢାଙ୍ଗରା ଇତ୍ୟାଦି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଜାମୁକୋଳି ପଞ୍ଚାୟତ ଅଧୀନ ଲବଣଗିରି ପାହାଡ଼ ଉପରେ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏଠାରେ ରଥ ପାହାଡ଼ ଉପରୁ ତଳକୁ ଖସିଥାଏ । ଜଗନ୍ନାଥ ମହାପ୍ରଭୁ ରଥ ଉପରେ ବସି ତଳକୁ ଗଡି ଗଡି ଆସିଥାନ୍ତି ।

ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତିକାନ୍ତି ସମାପନ ହେବା ସହ ପହଣ୍ଡି , ଛେରା ପହଁରା ଏବଂ ରଥ ଟଣା ହୋଇଥିଲା । ସବୁ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହ ଶାନ୍ତି ଶୃଙ୍ଖଳାର ସହ ରଥଟଣା ଶେଷ ହୋଇଛି । ଜଗନ୍ନାଥ ଙ୍କ ରଥ ନିର୍ଦ୍ଧାରିତ ସମୟ ମଧ୍ୟରେ ପାଞ୍ଚ ଗାଁ ସ୍ଥିତ ମାଉସୀ ମା ମନ୍ଦିର ରେ ପହଞ୍ଚି ଥିବାର ମନ୍ଦିର କମିଟି ସୂଚନା ଦେଇଛନ୍ତି |
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୭/୨୦୨୨ ---୮,୧୦ Sakhigopal News,1/7/2022