ବିଶ୍ବଭାରତୀ ବିଦ୍ୟାଳୟ ଠାରେ ବନମହୋତ୍ସବ ପାଳିତ
The forest festival is celebrated at Vishwabharati Vidyalaya
ଭଞ୍ଜନଗର--- ଗୋବରା ବିଶ୍ବଭାରତୀ ବିଦ୍ୟାଳୟ ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି । ବିଶ୍ବଭାରତୀ ଅଧକ୍ଷ କୁଞ୍ଜବିହାରୀ ନାୟକ ଅଧ୍ୟକ୍ଷତାରେ ଶୁକ୍ରବାର ପାଳିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ଅବୈତନିକ ବନ୍ୟପ୍ରାଣୀ ତ୍ୱତବଧାରକ ଶୁଳପାଣି ଶତପଥୀ ଯୋଗଦେଇ ମାନବସମାଜ ପାଇଁ ବୃକ୍ଷ ଆବଶ୍ୟକ ସହ ବୃକ୍ଷ ର ସୁରକ୍ଷା ଉପରେ ଅବଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋବରା ସମିତି ସଭ୍ୟ ବିଭୁ ପାଦ ଜେନା, ସମାଜସେବୀ ଶୁଭାସିସ ମହାପାତ୍ର ଯୋଗଦେଇଥିଲେ । ବିଶ୍ବଭାରତୀ ବିଦ୍ୟାଳୟ ଶିକ୍ଷକ ବାବୁ ବେହେରା, ଶିବାନନ୍ଦ ସାହୁ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ । ବିଶ୍ବଭାରତୀ ଠାରୁ ଏକ ସଚେତନ ରାଲି ବାହାରି ଗଛ ଲଗାଯାଇଥିଲା । ଆସନ୍ତା 26ତାରିଖ ରେ ଆନୁଷ୍ଠାନ ରେ ପରିବେଷକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବବୋଲି ଅଧକ୍ଷ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ୧/୭/୨୦୨୨-----୮,୧୦ Sakhigopal News,1/7/2022