ନାବାଳିକା ଆମ୍ରହତ୍ୟା ଘଟଣାରେ ଦୁଇ ନାବାଳକକୁ କୋର୍ଟ ଚାଲାଣ
Two juveniles have been charged in connection with the killings
ଭଞ୍ଜନଗର: ମୋବାଇଲରେ ଅଶ୍ଳୀଳ ଫୋଟ ଭାଇରାଲ ହେବା ଘଟଣାରେ ନାବାଳିକା ଆତ୍ମହତ୍ୟା କରିଥିବା ଏମିତି ଏକ ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଜଡ଼ା ଘାଟୁଣି ଗାଁରେ ।ନାବାଳିକା ଜଣକ ଲୋକ ଲଜ୍ୟା ଭୟରେ ଶନିବାର ସକାଳେ ଆତ୍ମହତ୍ୟା କରିଥିବା ନେଇ ତାରସିଂ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତାରସିଂ ପୁଲିସ ତଦନ୍ତ ଜାରି ରଖିଥିଲା । ମଙ୍ଗଳବାର ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ୨ ନାବାଳିକାାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ଖବର ନେବାରେ କିଛିଦିନ ତଳେ ୧୫ ବର୍ଷୀୟ ନାବାଳିକା ଗାଧୋଇବାକୁ ନଦୀକୁ ଯାଉଥିବା ବେଳେ ସେହି ଗ୍ରାମର ଜୈନିକ ବ୍ୟକ୍ତିଙ୍କ ନାବାଳକ ପୁଅ ତାକୁ ଜୋର ଜବରଦସ୍ତି ଟେକିନେଇ ଅସଦାଚରଣ କରିଥିଲା । ଅସଦାଚରଣ କରିଥିବା ନାବାଳିକାର କିଛି ଅଶ୍ଳୀଳ ଫୋଟ ତାଙ୍କ ଅଜଣାତରେ ଉଠାଇ ଅନ୍ୟଜଣେ ନାବାଳକର ମୋବାଇଲକୁ ଫୋଟ ଗୁଡିକ ଭାଇରାଲ କରିଥିବା ପରେ ସେହି ଫୋଟକୁ ନାବାଳିକା ଦେଖି ଲୋକ ଲଜ୍ୟାରୁ ଵର୍ତ୍ତିବାପାଇଁ ଆମ୍ରହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଉକ୍ତ୨ ଅଭିଯୁକ୍ତକୁ ବ୍ରହୁପୁର ବାଳଶଧାଗୃହକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ଶ୍ରୀ ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୭/୨୦୨୨-----୯,୪୫
Sakhigopal News,13/7/2022