ଦୁଇ ଟି ହାତୀଦାନ୍ତ ଜବତ , ସନ୍ଦିଗ୍ଧ ଙ୍କୁ ଜେରା
Two ivory tusks seized, interrogated suspect
ଭଞ୍ଜନଗର--ମୃତ୍ୟ ହାତୀର ଦାନ୍ତ କାଟି ନେଇଥିଲେ ଦୁର୍ବୃତ୍ତ । ହାତୀ ମୃତ୍ୟୁ କୁ ନେଇ ହଇଚଇ ସୃଷ୍ଟି ହେଲା । ସନ୍ଦେହ କରାଗଲା ଗୁଳିବିଦ୍ଧ କରି ଦନ୍ତାହାତୀ କୁ ଶିକାର କରାଯାଇଛି । ହାତୀର ଦାନ୍ତକୁ ମଧ୍ୟ କାଟି ନିଆଯାଇଥିଲା । ହାତୀଦାନ୍ତ ତସ୍କର ଙ୍କ ଉପସ୍ଥିତି ନେଇ ଉଠିଲା ପଡ଼ିଲା ଘୁମୁସର ବନଖଣ୍ଡ । ଘଟଣାର ୭ ଦିନ ପରେ ବନ ବିଭାଗକୁ ଏଘଟଣାରେ ମିଳିଛି ବଡ଼ ସଫଳତା । ଦୁର୍ବୃତ୍ତ ଙ୍କ ଦ୍ବାରା କଟାଯାଇଥିବା ଏବଂ ଗୁପ୍ତ ସ୍ଥାନରେ ଲୁଚାଇ ରଖାଯାଇଥିବା ୨ ଟି ହାତିଦାନ୍ତ କୁ ଜବତ କରିଛି ବନବିଭାଗ । ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବନ୍ଧଗୋଛା ଜଙ୍ଗଲରେ ଗତ ୭ ତାରିଖରେ ହାତୀର ମୃତଦେହ ଉଧାର କରିଥିଲା ବନ ବିଭାଗ । ପରଦିନ ହାତୀର ବ୍ୟବଛେଦ କରାଯାଇଥିଲା । ବ୍ୟବଛେଦ ସମୟରେ ସ୍ପଷ୍ଟ ହୋଇଥିଲା ହାତୀର ଦାନ୍ତକୁ ଦୁର୍ବୃତ୍ତ ମାନେ କାଟି ନେଇଯାଇଛନ୍ତି । ଏହାସହ ହାତୀ ଦେହରେ ରହିଥିବା କ୍ଷତ ଏବଂ ରକ୍ତରେ ବୁଡି ରହିଥିବା ସମୁଦାୟ ସ୍ଥାନ ରୁ ସନ୍ଦେହ ସୃଷ୍ଟି ହୋଇଥିଲା । ହାତୀ କୁ ଗୁଳିବିଦ୍ଧ କରି ହତ୍ୟା କରାଯାଇଛି । ଯଦିଓ ବନ ବିଭାଗ ପକ୍ଷରୁ ଏହାକୁ ସ୍ପଷ୍ଟ କରାଯାଇନାହିଁ ତଥାପି ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ । ଏବେ ଏହି ଘଟଣାର ସଫଳତା ମିଳିଛି ବନବିଭାଗକୁ । କିଛି ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି । ବ୍ୟବଛେଦ ରିପୋର୍ଟ ଏବଂ ତଦନ୍ତ ପରେ ହାତୀ ମୃତ୍ୟୁ ର ପ୍ରକୃତ କାରଣ ଓ ଗିରଫ ସଂକ୍ରାନ୍ତରେ ସୂଚନା ଦିଆଯିବବୋଲି , ଉତ୍ତର ଘୁମୁସର ବନଖଣ୍ଡୀୟ ଅଧିକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୭/୨୦୨୨----୮,୪୦ Sakhigopal News 14/7/2022