ଚାଷଜମି ନିକଟ ଜଳାଶୟ ରୁ ଯୁବକଙ୍କ ମୃତଦେହ ଉଧାର
The young man's body was recovered from a pond near the farm
ଭଞ୍ଜନଗର – ବର୍ଷା ଜଳରେ ଭାସୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ କୁ ଉଧାର କରିଛି ପୋଲିସ । ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗାଁ ଅନ୍ତର୍ଗତ ଏକ ପୋଲ ନିକଟରେ ଥିବା ଜଳାଶୟରେ ମୃତ ଦେହଟି ଭାସୁଥିଲା । ସ୍ଥାନୀୟ ଲୋକେ ପ୍ରଥମେ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ କୁ ଜବତ କରିଥିଲା । ମୃତକ ଜଣକ କାଳିଆଗୁଡା ଗାଁ ରେ ରହୁଥିବା ପ୍ରମୋଦ ଆଳତିଆ ବୋଲି ଜଣାପଡିଛି । ମୃତକଙ୍କ ନିଜଘର ବୁଗୁଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ । ଭଂଜ ଆଳତିଆ ଙ୍କ ପୁଅ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି। ପ୍ରମୋଦ ଗତ କିଛିଦିନ ହେଲା ଶଶୁରଘର ଗାଁ , କାଳିଆଗୁଡା ରେ ରହିଆସୁଥିଲେ । ତେବେ ରାସ୍ତା କଡ଼ରେ ଥିବା ପୋଲ ଉପରେ ବସିଥିବା ବେଳେ , ପୋଲ ଉପରୁ ଖସିପଡିବା ଯୋଗୁଁ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତ ଦେହକୁ ଜବତ କରି , ଥାନା କେଶ୍ ନଂ ୧୪/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି , ଘଟଣାର ତଦନ୍ତ କରୁଛି ଗାଙ୍ଗପୁର ପୋଲିସ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୭/୨୦୨୨--୬,୨୦ Sakhigopal News,13/7/2022