ଜଗନ୍ନାଥଙ୍କ ଅଜା ସିଦ୍ଧବଳରାମ ଠାକୁର ରଥରେ ଚନ୍ଦନ ମଣ୍ଡପକୁ ଆସିଲେ
Jagannath's uncle Siddhabalaram Thakur came to Chandan Mandap in a chariot
ସାକ୍ଷୀଗୋପାଳ------ ସାକ୍ଷୀଗୋପାଳ ବକୁଳବନରେ ପୂଜା ପାଉଥିବା ଶ୍ରୀ ଜଗନ୍ନାଥଙ୍କ ମହାପ୍ରଭୁଙ୍କ ଅଜା ସିଦ୍ଧବଳରାମ ନିଜ ମନ୍ଦିର ଛାଡି ଚନ୍ଦମଣ୍ଡପକୁ ବିଜେ କରିଛନ୍ତି । ପ୍ରତିବର୍ଷ ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ସିଦ୍ଧବଳରାମଙ୍କ ରଥଯାତ୍ରାର ଆୟୋଜନ କରାଯାଇଥାଏ । ଠାକୁରଙ୍କ ପ୍ରତିଦିନ ପରି ଦୈନନ୍ଦିନ ନୀତିକାନ୍ତି କରାଯାଇଥିଲା । ଅପରାହ୍ନରେ ଚକାଛାଡ ଖେଚୁଡି ଭୋଗ କରାଯିବା ପରେ ଟାହିଆଲାଗି ଇତ୍ୟାଦି ଦେବନୀତି ସଂପର୍ଣ୍ଣ ହୋଇଥିଲା । ଠାକୁରଙ୍କର ପିୟ ପାଚିଲା ପଣସ ଭୋଗ ଲଗାଯିବା ପରେ ରଥାରୁଢ ଠାକୁରଙ୍କୁ ଚନ୍ଦନମଣ୍ଡପକୁ ବିଜେ କରାଯାଇଥିଲା । ସେବାୟତ ସୋମନାଥ ମହାପାତ୍ର , ବୃନ୍ଦାବନ ମହାପାତ୍ର, ଲୋକନାଥ ମହାପାତ, କେଶବ ଚନ୍ଦ୍ର ମହାପାତ୍ର, ରାଧାନାଥ ମହାପାତ୍ର, ଚନ୍ଦ୍ରଶେଖର ମହାପାତ୍ର ଠାକୁରଙ୍କୁ ପହଣ୍ଡି କରି ରଥ ଉପରକୁ ବିଜେ କରାଇଥିଲେ । ଘଣ୍ଟ, କାହାଳୀ.ତେଲିଙ୍ଗିବାଦ୍ୟ ଓ ହରିବୋଲ ଧ୍ୱନିଦେଇ ନାତି ସଦୃଶ୍ୟ ବଡ, ଛୋଟ ପିଲାମାନେ ବକୁଳବନରୁ ରଥ ଟାଣିଟାଣି ଚନ୍ଦନ ପୋଖରୀ ନିକଟକୁ ଆଣିଥିଲେ । ସଂଧ୍ୟାରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ସାକ୍ଷୀଗୋପାଳର ମନ୍ଦିରର ଭୋଇ ସେବକ ମାନେ ରଥଚଳାରେ ସହାୟତା କରିଥିଲେ । ସେହିପରି ମୂଳ ଅଳସା ଗ୍ରାମରେ ପୁଜିତ ଶ୍ରୀଜଗନ୍ନାଥ ବଡଠାକୁର, ମା ଶୁଭଦ୍ରାଙ୍କର ସମସ୍ତ ଦେବନୀତି ସରିବା ପରେ ଗୋଟିଏ ରଥରେ ସେବାୟତ ମାନେ ବିଜେ କରିବା ପରେ ରଥଚଳା ଆରମ୍ଭ ହୋଇଥିଲା । ପ୍ରତିବର୍ଷ ଏହି ଗ୍ରାମର ଦେବୀ ପ୍ରସାଦ ଘଟୁଆରୀ ରଥଯାତ୍ରାଟିକୁ ଆୟୋଜନ କରିଆସୁଛନ୍ତି । ସେହିପରି ସତ୍ୟବାଦୀର ପୁରପଲ୍ଲୀରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୭/୨୦୨୨---୬,୪୦