Breaking News

ରାୟଚକ୍ରଧରପୁରରେ ଅଶୋକାଷ୍ଟମୀ ଯାତ୍ରା କରୋନା ଯୋଗୁ ଫିକା ପଡିଲା

The Ashokastami pilgrimage to Raichakradharpur was faded due to Karona


ସାକ୍ଷୀଗୋପାଳ----ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଚକ୍ରଧରପୁର ଶାସନ ଗ୍ରାମରେ  କାହିଁ କେଉଁ କାଳରୁ ଅଶୋକାଷ୍ଠମୀ ପର୍ବ ପାଳନ ହୋଇ ଆସୁଛି । ମାତ୍ର କୋଭିଡ କଟକଣା ଯୋଗୁ ଦୁଇ ବର୍ଷ କେବଳ ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ଯାତ୍ର ପୁରା ଫିକା ପଡିଯାଇଥିଲା । ଏ ବର୍ଷ ସରକାର ୋକଭିଡ କଟକଣା ନଥିବାରୁ ମେଳା ମଉତ୍ସବ ଆଦି କରାଯାଉଛି । ପ୍ରତି ବର୍ଷ ଏହି ଯାତ୍ରା ପାଇଁ ଗ୍ରାମଟି ଚଳ ଚଞ୍ଚଳ ହୋଇ ଉଠିଥିାଏ । ଘରେ ଘରେ ଝିଅ ଜ୍ୱାଇଁ,  କୁଣିଆ ବନ୍ଧୁ ବାନ୍ଧବରେ ଗହଳି ଲାଗିଯାଇଥିାଏ । ଗ୍ରାମ ଦାଣ୍ଡ ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଳସି ଉଠିଛି । ସୁସଜିତ ରଥରେ ବଁ ପାଳର ନୀଳକଣ୍ଠେଶ୍ୱର , ରାଇପୁର ଗ୍ରାମର ହରିଶଙ୍କର ଓ ଦୋଳ ଗୋବିନ୍ଦ ବିଜେ କରିଥିଲେ ।  ରଥ ଗ୍ରାମ ପରିକ୍ରମା କରିବା ସହ ଦୁଆରିଭୋଗ ଠାକୁରଙ୍କୁ ଅର୍ପଣ କରାଯାଇଥିଲା । ଠାକୁରଙ୍କୁ ପାରମ୍ପାରିକ ଚୁଡାଘଷା, କଦଳୀ, ଖଇ, କେରା, ପଇଡ, ଫଳମୂଳ ଆଦି ଭୋଗ ସେବାୟତ ମାନଙ୍କ ଦ୍ୱାରା କରାଯାଇଥିଲା । ସେବାୟତ ମାନେ ଠାକୁରଙ୍କ ନୀତି କାନ୍ତି କରିଥିଲେ । ପ୍ରତିବର୍ଷ ପରି ଠାକୁର ଗ୍ରାମ ପରିକ୍ରମା କରିବା ସମୟରେ ଅନୁଷ୍ଠିତ ବାଜା , ବାଣ, ରୋଶନୀ କରାଯାଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୪/୨୦୨୨---୭,୦୦      Sakhigopal News,9/4/2022

Blog Archive

Popular Posts