Breaking News

ମଣ୍ଡିରେ ୪ଦିନ ଧରି ଧାନ ବସ୍ତା ଜଗିଛନ୍ତି ଚାଷୀ ; ଖୋଲା ଆକାଶ ତଳେ

 Farmers have been keeping paddy bags in the mandi for four days; Under the open sky


ସାକ୍ଷୀଗୋପାଳ-----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସମେଶ୍ୱରପୁର ସେବା ସମବାୟ ସମିତି ଆଗରେ ୪ ଦିନ ଧରି ଚାଷୀ ମାନେ ଖୋଲା ଆକଶ ତଳେ ଧାନ ବସ୍ତା ଥୋଇ ମିଲରକୁ ଅପେକ୍ଷା କରିଛନ୍ତି । ସୁଚନାଯୋଗ୍ୟ ଯେ ୪ ତାରିଖ ଦିନ ଏଠାରେ ଧାନ ମଣ୍ଡିରେ ପ୍ରାୟ ୨ଶହ ବସ୍ତା ଧାନ ଚାଷୀଙ୍କ ଠାରୁ ମିଲର ଉଠାଇଥିଲା । ସେ ସମୟରେ କୁଇଣ୍ଟାଲ ପ୍ରତି ୭ କେଜି କାଟେଣୀରେ ଧାନ ମିଲର ଉଠାଇଥିଲା । ତା ପରେ ଯେଉଁ ଧାନ ରହିଗଲା ତାହା  ଖରାପ ଧାନ କହି ମିଲର ୧୨ରୁ ୧୫ କେଜି କାଟେଣି ନେବାକୁ କହିବାରୁ ଚାଷୀ ମାନେ ରାଜି ହୋଇନଥିଲେ । ତା ପରଠାରୁ ମିଲରର ଦେଖାନାହିଁ । ସେଠାରେ ଚାଷୀ ମାନେ ପାଳି କରି ଧାନ ବସ୍ତା ଜଗି ବସିରହିଛନ୍ତି । ସରକାରଙ୍କ ପକ୍ଷରୁ ଲଗାଯାଇଥିବା ହେଲପ ଲାଇନି ୧୯୬୭ ନମ୍ବରରେ ଫୋନ କରିଲେ ରିଙ୍ଗ ହେବା ସହ ବିଭିନ୍ନ ପନ୍ଥା ଆପଣେଇବା ପାଇଁ କୁହାଯାଉଛି । ମାତ୍ର ଅଭିଯୋଗ କରିବା ପାଇଁ ୧ ଦାବିବା ପରେ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ କେବଳ ରିଙ୍ଗଟୋନ ଶୁଘୁଛି । କିଛି ଲାଭ ନାହିଁ । ସେହିପରି ସମବାୟ ସମିତିର ସମ୍ପାଦକ ୫ ତାରିଖ ଦିନ ଏକ ପତ୍ର ପ୍ରଶାସନ ଅଧିକାରୀ ମାନଙ୍କୁ ଏ ସମ୍ପର୍କରେ ଜଣାଇ ଦେଇଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଜଣାଇଛନ୍ତି ଯେ ପିପିଲିର ଦକ୍ଷୀଣକାଳି ମିଲର ୫ଜଣ ଚାଷୀଙ୍କର ଖରାପ ଧାନ କହି ପ୍ରାୟ ୫୦ କୁଇଣ୍ଟାଲ ଧାନ ଉଠାଇନ ଥିବା ସମ୍ପର୍କରେ ଜଣାଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ଏହା ହେଉଛି ପ୍ରଥମ ଘଟଣାଯେ ୪ଦିନ ଧରି ଧାନ ମଣ୍ଡିରେ ପଡି ରହିଛି ।  ମିଲର ବା ପ୍ରଶାସନ କାହାରି ଏଥିପ୍ରତି ନଜର ନଥିବା ପରି ଲାଗୁଛି । ଏ ବର୍ଷ ଜୱାଦ ବର୍ଷା ମାଡରେ ଧାନର ମାନ ଓ ଗୁଣ କିଛି ପରିମାଣର ଖରାପ ରହିଛି । ତା ନୁହେଁ ଯେ ଧାନ ଏତେ ପରିମାଣର ଖରାପ  । ତୁରନ୍ତ ପୁରୀ ଜିଲ୍ଲାପାଳ ଏଥିପ୍ରତି ନଜର ଦେଇ ତୁରନ୍ତ ମିଲରକୁ ନିର୍ଦ୍ଦେଶ ଦିଅନ୍ତୁ ଧାନ ଉଠାଇବା ପାଇଁ ନଚେତ ମିଲରକୁ ଧାନ କିଣାରୁ ବାଦ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୨/୨୦୨୨---୮,୫୦   Sakhigopal News, 7/2/2022

Blog Archive

Popular Posts