2004 ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ
Friends of the 2004 batch of students meet
ସାକ୍ଷୀଗୋପାଳ----- ରାୟୁକ୍ରଧରପୁର ଉଚ୍ଚ ବିଦ୍ୟାଳୟର ୨୦୦୪ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ପଟ୍ଟନାୟିକିଆ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସତ୍ୟବାଦୀ ଦାଶ, ପ୍ରଣବ କୁମାର ମିଶ୍ର, ରତ୍ନକର ମିଶ୍ର, ପ୍ରସନ୍ନ କୁମାର ରଥ, ରଙ୍ଗ ବଲ୍ଲଭ ମିଶ୍ର ଓ ବୈକୁଣ୍ଠ ମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଗୁରୁ ପୂଜନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଉତ୍ତରୀୟ ଓ ଜଗନ୍ନାଥଙ୍କ ତୈଳଚିତ୍ର ପ୍ରଦାନ କରି ଶିକ୍ଷକ ମାନଙ୍କୁ ସମ୍ବଦ୍ଧିତ କରିଥିଲେ । ବିଦ୍ୟାଳୟର ଉନ୍ନତି କାର୍ଯ୍ୟରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ସହଯୋଗ କରିବା ଏହୌି ବନ୍ଧୁ ମିଳନର ମୁଖ୍ୟ ଲକ୍ଷ୍ୟ ବୋଲି ମତ ପ୍ରକାଶ କରିଥିଲେ । ଗୋପାଳ ଚନ୍ଦ୍ର ପୃଷ୍ଟି, ବନଲତା ଚିନ୍ନରାଙ୍କ ସହିତ ପ୍ରକାଶ, ହୃଷିମେସ, ସନ୍ତୋଷ, ରଞ୍ଜୁଲତା ଶସ୍ମିତା, ନିବଦେୀତା, ଅଭୟ, ପ୍ରତାପ ଓ ତପନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୨/୨୦୨୨---୮,୫୦ Sakhigopal News, 7/2/2022