ନାଗେଶ୍ୱର ମହାଦେବଙ୍କ ସାମ୍ବତ୍ସରିକ ଉତ୍ସବ ଓ ମହାରୁଦ୍ର ମହାଯଜ୍ଞ
Anniversary of Nageshwar Mahadev and the Great Sacrifice of the Sea
ଜଟଣୀ---- ଜଟଣୀ ନିକଟସ୍ଥ ପାତ୍ରପଡା ଜଗନ୍ନାଥପୁର ଶ୍ରୀଶ୍ରୀ ନାଗେଶ୍ୱର ମହାଦେବଙ୍କ ପୀଠରେ ସପ୍ତଦଶତମ ସାମ୍ବତ୍ସରିକ ଉତ୍ସବ ଓ ମହାରୁଦ୍ର ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଅଙ୍କୁରରୋପଣ, ଜଳଯାତ୍ରା,ସୂର୍ଯ୍ୟପୂଜା,ପଚଂକର୍ମ,ଗୋପୂଜା,ଶାଲା ପ୍ରବେଶ ଓ ଦେବତା ପୂଜା ଇତ୍ୟାଦି ଆୟୋଜିତ ହୋଇଥିଲା । ମହାସ୍ନାନ ଓ ଶୟନ, ଗୋପୂଜା ଏବଂ ଶାଲାପୂଜା ହବନ ଆୟୋଜିତ ହୋଇଥିବା ବେଳେ ଶେଷ ଦିନ ପୁର୍ଣ୍ଣାହୁତି ତିଥୀରେ ସୂର୍ଯ୍ୟପୁଜା, ଗୋପୂଜା, ସାକ୍ଷୀ ଗୋପିନାଥ ଓ ରାଧାରାଣୀଙ୍କ ନୁତନ ବିଗ୍ରହ ପ୍ରତିଷ୍ଠା ଏବଂ ବିଗ୍ରହ ପ୍ରାଣପ୍ରତିଷ୍ଠା ଇତ୍ୟାଦି ହୋଇଥିଲା । ଏହି ମହାରୁଦ୍ର ମହାଯଜ୍ଞରେ ଦେବେନ୍ଦ୍ର ବେହେରା ଓ ସବିତା ବେହେରା କର୍ତା କର୍ତ୍ତୀଭାବେ ଯୋଗଦେଇଥିଲା ବେଳେ ମୂଖ୍ୟ ପଣ୍ଡିତଭାବେ ସାକ୍ଷୀଗୋପାଳର ନିଳାଦ୍ରୀ ବିହାରୀ ମିଶ୍ର ମନ୍ତ୍ରପାଠ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୭/୨/୨୦୨୨---୮,୪୫ Sakhigopal News, 7/2/2022