Breaking News

ବେକରେ ରସି ଲଗାଇ ବିବାହିତ ମହିଳା ଆତ୍ମହତ୍ୟା କାରଣ ଅସ୍ବଷ୍ଠ


 ଭଂଜନଗର – ବେକରେ ରସି ଲଗାଇ ବିବାହିତ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି। ଗଂଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ଜାଡଧାର ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ, ସେହି ଗାଁ ର ଦଧିବାମନ ପ୍ରଧାନଙ୍କ ସ୍ତ୍ରୀ କବିତା ପ୍ରଧାନ ଓରଫ ମାନି । ସୋମବାର ରାତ୍ରରେ ପରିବାର ଲୋକ ସୋଇବା ପରେ ବାରିଘର ଓରାରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ବିଳମ୍ବିତ ରାତ୍ରରେ ପରିବାର ଲୋକ ଉଠି ଦେଖିଲା ବେଳକୁ ବାରିଘର ଓରାରେ କବିତା ପ୍ରଧାନ ଝୁଲୁଥିବା ଦେଖି  ଝୁଲନ୍ତା ଅବସ୍ଥାରେ ଉଧାର କରି ଭଂଜନଗର ମେଡିକାଲ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ତାରାସିଂ ଥାନା ପୋଲିସ ମଙ୍ଗଳବାର, ମୃତ ଦେହକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଆତ୍ମହତ୍ୟା ର କାରଣ ନେଇ ସ୍ପଷ୍ଟ କରାଯାଇନଥିବା ବେଳେ ଏହା ପଛରେ ସ୍ବାମି ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା  ଥାଇପାରେ ବୋଲି  ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେବା ସହ, ସନ୍ଦେହ କରାଯାଉଛି । ତଥାପି ପୋଲିସ ର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନାଧିକାରୀ ରେବତୀ ସବର କହିଛନ୍ତି। । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩/୬/୨୦୨୫---୮,୫୫ Sakhigopal News,3/6/2025

Blog Archive

Popular Posts