ଆଧ୍ୟାତ୍ମିକ କବିତା ଆସର ଓ ବନ୍ଦନା ପୁସ୍ତକ ଉନ୍ମୋଚିତ
Spiritual Poetry Asar and Bandana books have been launched.
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମଠସାହି ସ୍ଥିତ ଖଜୁରିଶ୍ୱର ନିକଟରେ ବନ୍ଦନା ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ କବିତା ଆସର ସହିତ ବନ୍ଦନା ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ବନ୍ଦନା ସାହିତ୍ୟ ସଂସ୍କୃତି ପରିଷଦର ରବୀନ୍ଦ୍ର ନାଥ ଷଡଙ୍ଗୀ ସମ୍ପାଦକୀୟ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଧୀରେନ୍ଦ୍ର ସେନାପତିଯୋଗ ଦେଇ କହିଥିଲେ କବିତା ଲେଖିବା ପାଇଁ କୌଣସି ସ୍ଥାନ, ପାତ୍ର ନଥାଏ । ଶିକ୍ଷକ ତଥା କବି ମାନସ ରଞ୍ଜନ ପଟ୍ଟନାୟକ ଅନୁଷ୍ଠିତ କବିତା ଆସରରେ ସାଭପତିତ୍ୱ କରିଥିଲେ ।ଅନ୍ୟତମ ଅତିଥି ଭାବେ ଦିଲ୍ଲୀପ କୁମାର ସେନାପତି, କବି ଚିତ୍ତରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ପ୍ରମିଳା ପଟ୍ଟନାୟକ, ବନ୍ଦନା ମହାପାତ୍ର, ଅନସୂୟା ମିଶ୍ର, ରିତାଞ୍ଜଳି ଦାସ, ଗୋବିନ୍ଧ ଫାରକ, ସତ୍ୟବାଦୀ ଦାଶ, ଦିଗମ୍ବର ରଥ ଙ୍କ ସହ ପ୍ରାୟ ୩୦ ଜଣ କବି କବୟତ୍ରୀ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । କବିତା ପାଠଉତ୍ସବରେ ସଂଯୋଜନା କରିଥିଲେ ବିଜୟ ପଟ୍ଟନାୟକ ଓନିରଞ୍ଜନ ବରାଳ । ଏହି ଅବସରରେ ସବୁଜ ଡେଲାଙ୍ଗର ପ୍ରତିଷ୍ଠତା ଆଇନଜୀବୀ ହୃଷିକେସ ପାଢ଼ୀ ଏକ ଗଛ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଷଡଙ୍ଗୀଙ୍କୁ ଉପହାର ଦେଇଥିଲେ । ଶେଷରେ ଶିକ୍ଷକ ବିଜୟ କୁମାର ପରିଡା ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୨/୨୦୨୨---୯,୧୫ Sakhigopal News, 7/2/2022