Breaking News

ଯାଦବ ସମାଜ ବିଜେଡି ପାଇଁ ସାଜିବ କଣ୍ଟା,ବିଜେଡି ଦଳ ଛାଡି ବିଜେପି ରେ ସାମିଲ ହେଲେ ଶତାଧିକ ଲୋକେ

Sajib Kanta for the Yadav Samaj BJD, hundreds of people left the BJD and joined the BJP.



ବଲାଙ୍ଗିର/ସଇଁନ୍ତଲା--- ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତା ମନ୍ତ୍ରୀ ଙ୍କ ପ୍ରଚାର ପ୍ରସାର ସେତିକି ବଢି ଚାଲିଛି।ଭୋଟର କୁ ହାତେଇ ବା ପାଇଁ ଏବେ ଗାଁ ଗାଁ ରେ ରାଜନେତା। କିନ୍ତୁ ସବୁବେଳେ ଚର୍ଚ୍ଚା ରେ ରହିଥାଏ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ର ସଇଁନ୍ତଲା ବ୍ଳକ।ଏହି ବ୍ଳକ ରେ ରାଜନୈତିକ ଦଳ ମଧ୍ୟରେ ଭୋଟ ହାତେଇବା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଥାଏ।ତେବେ ବିଜେଡି ଦଳ ପାଇଁ ଯାଦବ ସମାଜ ଭୋଟର କଣ୍ଟା ସାଯିବ ବୋଲି ଆଲୋଚନା ଏବେ ହେଉଛି।କାରଣ ଟିକ୍ରାପଡ଼ା ଅଞ୍ଚଳ ର ଜିଲ୍ଲା ପରିଷଦ ଟିକଟ ପାଇଁ ଅନେକ କର୍ମୀ ଆଶାୟୀ ରହିଥିଲେ । ଯାହା ଫଳରେ ଟିକଟ ନ ମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ବିଜେପି ଦଳକୁ ବିଜେଡି କର୍ମୀଙ୍କ ଅନକେ ସମର୍ଥନ ରହୁଥିବା ଜଣାପଡିଛି।
ବିଜେପିର ହାତକୁ ମଜବୁତ କରୁଛନ୍ତି ଯାଦବ ଭୋଟର
ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିବା ରୁ ଶାସକ ଦଳରୁ ଆଦିବାସୀ ମାନେ ମୁହଁ ମୋଡୁଥିବା ବେଳେ ସଇଁନ୍ତଲା ୩୦ ନମ୍ବର ଜୋନରେ ସହ ସଂଖ୍ୟରେ ଯାଦବ ଭୋଟର ବିଜେଡି ଛାଡି ଏବେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାଥି ତଥା ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁରଙ୍କ ନେତୃତ୍ୱରେ 
ଦୁଃଖ ଶ୍ୟାମ ବଗର୍ତ୍ତି ସରୋଜ ମିର୍ଧା, ବାଲେଶ୍ଵର ଖରସେଲ,ଦସୁ ନାଗ,ଲକ୍ଷଣ ବଗର୍ତ୍ତି, ଅଭିମନ୍ୟୁ ମିର୍ଧା, ଧନୀ ରାମ ବାଗ,ଦିବାକର ବଗର୍ତ୍ତି, ନେପାଳ ବଗର୍ତ୍ତି ସମେତ ଶତାଧିକ ବିଜେଡି କର୍ମୀ ବିଜେପି ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ଓ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଙ୍କ କାର୍ଯ୍ୟକଳାପ ଏବଂ କର୍ମୀ ଙ୍କ ପ୍ରତି ଅଣଦେଖା ଯୋଗୁଁ ଅସନ୍ତୋଷ ପ୍ରକାଶ କରି ବିଜେଡି ଦଳ ଛାଡି ଥିବା କହିଛନ୍ତି।ଅନ୍ୟପଟେ ଟିକ୍ରାପଡ଼ା ୩୦ ନମ୍ୱର ଯୋନ ରେ ବିଜେପି ଜିଲ୍ଲା ପରିଷଦ ପ୍ରାଥି ଭାବେ ସୁପେତ ବାଗ ମଇଦାନ କୁ ଓହ୍ଲାଇ ଭୋଟ ଭିକ୍ଷା କରୁଛନ୍ତି।ତେବେ ଶ୍ରୀଯୁକ୍ତ ବାଗ ଯାଦବ ସମାଜର ହୋଇଥିବା ବେଳେ ଯାଦବ ସମାଜ ର ଶତାଧିକ ଭୋଟର ଙ୍କ ସମର୍ଥନ ରହିଥିବା ଜଣାପଡିଛି।ଏହି ପରିପ୍ରେକ୍ଷୀରେ ଆଜି ବ୍ଳକ ର ଟିକ୍ରା ପଡ଼ା ଓ କେନ୍ଦୁଉଡାର ଠାରେ ବିଜେପି ବରିଷ୍ଠ ନେତା ମହେନ୍ଦ୍ର ଠାକୁର, ବଲାଙ୍ଗିର ସାଂସଦ ଙ୍କ ବ୍ଳକ ପ୍ରତିନିଧି ଅକ୍ଷୟ ରଣା ,୩୦ ନମ୍ୱର ଜିଲ୍ଲା ପରିଷଦ ପ୍ରାଥି ସୁପେତ ବାଗ ପ୍ରମୁଖ ଙ୍କ ଉପସ୍ଥିତ ରେ ଗଦାଧର ବଗର୍ତ୍ତି, ଉତ୍ତମ ବରିହା,ମହେନ୍ଦ୍ର ଅମାତ,ଅନିରୁଦ୍ଧ କର୍ଣ୍ଣ,ବିବେକ ରାଜ ପଲିଆ,କରୁଣା ପସାୟତ,ଧରମ ସିଂ ଦେଓ,ରାଜ କୁମାର କଲେତ, ଗୋପବନ୍ଧୁ ବଗର୍ତ୍ତି,ଜଗନ୍ନାଥ ବୁଡେକ, ପ୍ରଶାନ୍ତ କୁମାର ପାତ୍ର,ଇନ୍ଦ୍ରଜିତ ରାଜପଲିଆ ପ୍ରମୁଖ ସହଯୋଗ କରିଥିଲେ।ଅନ୍ୟପଟେ ଶ୍ରୀ ଠାକୁର କହିଛନ୍ତି ଯେ, ତିନୋଟି ଜିଲ୍ଲା ପରିଷଦ ବିଜୟୀ ହେବା ସହ ଓ ବ୍ଳକ ଅଧ୍ୟକ୍ଷ ନୁଶ୍ଚିତ ଭାବେ ବିଜେପି ଦଳ ଗଢ଼ିବ ବୋଲି କହିଛନ୍ତି।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୬/୨/୨୦୨୨----୧୦,୫୦ Sakhigopal News,6/2/2022

Blog Archive

Popular Posts