ସାମାଜିକ କର୍ମିଙ୍କ ସ୍ମୃତି ଚାରଣ ସଭା
Social workers' memorial service
ଜଟଣୀ---- ଜଟଣୀ ରାମଚନ୍ଦ୍ରପୁର ବରିଷ୍ଠ ନାଗରୀକ ସେବାସଂଘ ପକ୍ଷରୁ ସାମାଜିକ କର୍ମି ସ୍ୱର୍ଗତା ରତ୍ନମଣୀ ଦେବୀଙ୍କ ଦ୍ୱିତୀୟ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ସେବାସଂଘର ସଭାପତି ଅବନୀ କୁମାର ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ଚାରଣ ସଭାରେ ସ୍ୱର୍ଗତ ରତ୍ନମଣୀଙ୍କ ଉଦ୍ୟେଶ୍ୟରେ ଅତିଥୀମାନେ ମତପୋଷଣ କରିଥିଲେ । ସ୍ୱର୍ଗତ ରତ୍ନମଣୀ ସ୍ୱାସ୍ଥ୍ୟକର୍ମିଭାବେ ନିଜ କର୍ତବ୍ୟକୁ ପାଳନକରି ସମାଜରେ ସବୁବର୍ଗର ଲୋକମାନଙ୍କୁ ନିରବଛିନ୍ନ ସେବା ଯୋଗାଇ ସ୍ୱତନ୍ତ୍ର ପରିଚୟର ଅଧିକାରୀଣୀ ହୋଇଥିଲେ । ଅଞ୍ଚଳରେ ସ୍ୱର୍ଗତ ରତ୍ନମଣୀଙ୍କୁ ସାମାଜିକ ମହିଳାର ଆଖ୍ୟା ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଦିବାକର ମଙ୍ଗରାଜ, ସୁରେଶ ଚନ୍ଦ୍ର ରଥ, ରବିନ୍ଦ୍ର ପ୍ରସାଦ ମିଶ୍ର, ହବିବୁର ରେହେମାନ, ଜବାହାରଲାଲ ସୁବୁଦ୍ଧୀ, ରାଜେନ୍ଦ୍ର ପଟ୍ଟନାୟକ, ବାସୁଦେବ ସେଠୀ, ଶରତଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ତ୍ରିନାଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୭/୨/୨୦୨୨---୮,୪୦ Sakhigopal News, 7/2/2022