ବନ୍ଧକ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ , ଜଣେ ଗିରଫ
One man arrested for trying to seduce a minor
ଭଞ୍ଜନଗର--- ତାରସିଂ ଥାନା ଗାଲେରୀ ଫାଣ୍ଡି ନିକଟ ହରିଜନ ସାହିରେ ଏକ ଜମିରେ ହୋଇଥିବା ଫସଲକୁ ନେଇ ଦୁଇ ଜଣକ ମଧ୍ୟରେ ଗଣ୍ଡଗୋଳ ଘଟିଛି। ସେହି ସାହିର ବାହାଦୁରୁ ନାଇକ ଓ ମଦନ ନାଇକ ମଧ୍ୟରେ ପାଟିତୁଣ୍ଡହେବା ହେବା ସହ ବାହାଦୁରୁକୁ ଜୀବନରେ ମାରିବା ପାଇଁ ମଦନ ଧମକ ଦେଇଥିବା ନେଇ ବାହାଦୁରୁ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନା କେସନଂ ୪୫/୨୨ରେ ମାମଲା ରୁଜୁ କରି ମଦନ ନାଇକକୁ କୋର୍ଟ ଚାଳଣ କରାଯାଇଥିବା ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରା ସୁଚନା ଦେଇଛନ୍ତି। ଖବର ନେବାରେ ଜଣାପଡିଛି ବାହାଦୁରୁ କିଛବର୍ଷ ହେଲା ଉକ୍ତ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଠାରୁ ଜମିଟି କିଣିବା ସହ ଜମି ଚାଷ କରି ଆସୁଥିଲେ । ବାହାଦୁରୁଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ କିଣିଥିବା ଜମିରେ ଫସଲ ନକରି ପଡିଆ ରହିଥିଲା । ଏହାର ସୁଯୋଗ ନେଇ , ସେହି ଗ୍ରାମର ମଦନ ସଂପୃକ୍ତ ଜମିକୁ ଚାଷ କରି ଅମଳ କରିଥିଲେ । ଅମଳ ଫସଲକୁ ମଦନ ନେବା ସମୟରେ ବାହାଦୁରୁ ଏହାକୁ ବିରୋଧ କରି ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏହି ମାମଲା ତାରସିଂ ଥାନାରେ ପହଞ୍ଚି ଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୨/୨୦୨୨---୧୦,୪୦
Sakhigopal News,6/2/2022