ବଳପୁର ପଣ୍ଡାସାହିରେ ଅଷ୍ଟପ୍ରହାରୀ ଓ ନାମଯଜ୍ଞ ଅନୁଷ୍ଠିତ
Ashtaprahari and Namayajna are held in Balasore Pandasahi
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ପଣ୍ଡାସାହିରେ ପ୍ରତିବର୍ଷ ସରସ୍ୱତୀ ପୂଜା ଠାରୁ ନାମଯଜ୍ଞ ସହିତ ଅଷ୍ଟପ୍ରହରୀ ୨୦ ବର୍ଷ ଧରି ପାଳିତ ହୋଇଆସୁଛି । ଯଜ୍ଞବେଦୀକୁ ଗାମର ମା ତାରେଣୀ ଓ ଭଗବତ ବାସୁଦେବ ଆସିବା ପରେ ଭାର୍ଗବୀ ନଦୀ ଭୃଗୁ ଘାଟରେ ଗଙ୍ଗା ଓ ସୂର୍ଯ୍ୟପୂଜା ପୂର୍ଣ୍ଣଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ସେଠାରୁ ଘଟ ବୁଡାଯାଇ ଆସିବା ପରେ ଯଜ୍ଞସ୍ଥାନରେ ଘଟ ସ୍ଥାପନ କରାଯାଇଥିଲା । ଯଜ୍ଞରେ କର୍ତ୍ତା ଭାବେ ସାଗର ସାହୁ କାର୍ଯର୍୍ୟ ତୁଳାଇଥିଲେ । ଆଳସରଙ୍ଗ ମହିଳା ସଂକୀର୍ତ୍ତନ ଦଳ ସହିତ କଳାପାହଡ, ବଳପୁର, ବରଦାମାଳ, ଅନନ୍ଦପୁର, କୁସୁମେଶ୍ୱର ଗ୍ରାମର ସଂକୀର୍ତ୍ତନ ଦଳ ଏଥିରେ ଯୋଗ ଦେଇଥିେଏ । ଏହି ଅବସରରେ ଗ୍ରାମରେ ଏକ ଆଧ୍ୟତ୍ମିକ ପରିବେଷ ସୃଷ୍ଟି ହୋଇଥିଲା । ପ୍ରତି ଘର ଆଗରେ ପୂର୍ଣ୍ଣକୁମ୍ଭ ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ମହିଳା ମାନେ ସଂକୀର୍ତ୍ତନ ଦଳକୁ ଦୁବ ଅରୁଆଚାଉଳ ପକାଇ ବନ୍ଦାପନା କରିଥିଲେ । ସଂଧ୍ୟାରେ ସମୁହ ପ୍ରସାଦ ସେବନ କରିଥିଳେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସୋନପତି, ୬/୨/୨୦୨୨----୭,୩୫
Sakhigopal News, 6/2/2022