Breaking News

ଦୁଇ ଛାତ୍ରୀଙ୍କୁ ରୁଦ୍ରାୟଣୀ ଯୁବକ ସଂଘ ପକ୍ଷରୁ ସ୍ମାର୍ଟ ଫୋନ ପ୍ରଦାନ

The two students were given smartphones by the Rudrayani Youth Union.


 ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାନ କାଞ୍ଜିଆ ଗ୍ରାମର ରୁଦ୍ରାୟଣୀ  ଯୁବକ ସଂଘ ପକ୍ଷରୁ ସ୍ମାର୍ଟ ଫୋନ କେତକୀପାଟଣା ନୋଡାଲ ଉଚ୍ଚ  ବିଦ୍ୟାଳୟର ଦୁଇ ଜଣ ଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ।  ସେମାନେ ହେଲେ  ଶ୍ରାବଣୀ ନାୟକ, ଜ୍ୟୋସ୍ନା ନାୟକ । । ଛାତ୍ରୀ ମାନଙ୍କ ଅଭିଭାବକଙ୍କ ଅନୁରୋଧ କ୍ରମେ ରୁଦ୍ରାୟଣୀ ଯୁବକ ସଂଘ  ପକ୍ଷରୁ ଏହି ଫୋନ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାର ଅନଲାଇନି ମାଧ୍ୟମରେ ଶିକ୍ଷା ଦାନ କରୁଥିବା ବେଳେ ଏହି ଦୁଇ ଛାତ୍ରୀଙ୍କ ପାଖରେ ସ୍ମାର୍ଟ ଫୋନ ନଥିଲା । ଯାହା ଫଳରେକି ଶିକ୍ଷା ଦାନରୁ ବଞ୍ଚିତ ହେଉଥିଲେ ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ମାର୍ଟ ଫୋନ ଯୋଗାଇ ଦିଆଯିବ ବୋଲି ରୁଦ୍ରାୟଣୀ ଯୁବକ ସଂଘର ସାଧାରଣ ସମ୍ପାଦକ ବିଶ୍ୱଜିତି ପ୍ରଧାନ କହିଛନ୍ତି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୨/୨୦୨୨—୬,୨୦  

 Sakhigopal News, 4/2/2022


Blog Archive

Popular Posts