ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଜଟଣୀରେ ୭୮୨୦ ନୂଆ ଭୋଟର, ଚଳିତବର୍ଷ ମତଦାନ କରିବେ ୮୩ହଜାର ୩୧୭ ମତଦାତା
Three-tier panchayat elections, 7820 new voters in Jatani, 83,317 voters to cast their ballots this year.
ଜଟଣୀ---- ଆସନ୍ତା ଫେବୃୟାରୀ ୨୪ ତାରିଖରେ ଜଟଣୀ ନିର୍ବାଚନମଣ୍ଡଳୀର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନଲାଗି ଭୋଟଗ୍ରହଣ ହେବ । ଚଳିତବର୍ଷ ଜଟଣୀବ୍ଲକର ୧୫ନଂ ନିର୍ବାଚନ ମଣ୍ଡଳୀର ୧୫ଟି ପଞ୍ଚାୟତରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ଆଶାୟୀଙ୍କ ମଧ୍ୟରେ ଅଙ୍କକଷା ଚାଲିଥିବାବେଳେ ନେତା ଓ କର୍ମୀଙ୍କ ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଦେଖାଯାଇଛି ।ନୂଆ ବର୍ଷ ଠାରୁ ବିଭିନ୍ନ ଆଶାୟୀଙ୍କ ପୋଷ୍ଟରରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଫଟୋ ସମେତ ଅଭିନନ୍ଦନ ବାର୍ତା ଗ୍ରାମାଞ୍ଚଳରେ ଛାଇ ହୋଇଯାଇଛି । ମାତ୍ର ସଂରକ୍ଷଣକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । କେତେକ ପଞ୍ଚାୟତରେ ଆଶାୟୀମାନେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ ସଂରକ୍ଷଣରେ ସବୁ ଅଙ୍କ ଓଲଟାପାଲଟା ହୋଇଯାଇଥିଲା । ଚଳିତବର୍ଷ ବହୁ ପଞ୍ଚାୟତରେ ଶକ୍ଷିତ ଯୁବକଯୁବତୀମାନେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଚଳିତବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଟଣୀ ନିର୍ବାଚନ ମଣ୍ଡଳୀରେ ୭୮୨୦ଜଣ ନୂଆ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସେହିକ୍ରମରେ ଜଟଣୀ ନିର୍ବାଚନ ମଣ୍ଡଳୀର ୧୫ ପଞ୍ଚାୟତରେ୮୩ ହଜାର ୩୧୭ଜଣ ଭୋଟର ରହିଛନ୍ତି । ତେବେ ଏହି କ୍ରମରେ ଜଟଣୀରେ ୮୩ହଜାର ୩୧୭ଜଣ ଭୋଟର ରହିଥିବା ବେଳେ ଚଳିତବର୍ଷ ୭୮୨୦ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି । ଅଙ୍ଗାରପଡା ପଚାଂୟତରେ ୬୧୨୨ଭୋଟର ରହିଥିବା ବେଳେ ଛତାବରରେ ୬୨୨୨, ମଦନପୁର ୫୪୩୭,ଯାଂଆଳା ୬୮୯୩,ଗଙ୍ଗପଡାରେ ୫୬୩୨,ପଦନପୁରରେ ୭୮୦୨,ହରିପୁର ୪୧୮୭,ତରାବୋଇ ୪୮୩୩,ବେଣାପଜଂରୀ ୫୩୪୮,ତିରିମଲ ୩୫୩୬, ଛତାବର ୬୨୨୨, କନ୍ତିଆ ୬୭୨୪,ଜାମୁକୋଳି ୪୭୩୦,ପ୍ରଧାନସାହୀ ୫୨୮୧ ଏବଂ ପଚୁଂପଲୀରେ ୨୫୬୭ଜଣ ଭୋଟର ରହିଛନ୍ତି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚଳିତ ୧୧ ତାରିଖଠାରୁ ୨୮ ଫେବୃୟାରୀ ପର୍ଯ୍ୟନ୍ତି ଆଚରଣବିଧୀ ଲାଗୁ କରାଯାଇଛି । ଅନ୍ୟପକ୍ଷରେ ଫେବୃୟାରୀ ୨୪ ତାରିଖରେ ଜଟଣୀରେ ୫ମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଆୟୋଜନ କରିବାଲାଗି ତାରିଖ ଧାର୍ଯ୍ୟ କରାଯାଇଛି । ଅନ୍ୟପକ୍ଷରେ ୨୦୧୧ ଜନଗଣନାନୁସାରେ ଜଟଣୀ ନିର୍ବାଚନ ମଣ୍ଡଳୀରେ ୯୯୬୪୪ ଜନସଂଖ୍ୟା ରହିଛି । ସେଥି ମଧ୍ୟରୁ ଅନୁସୂଚିତଜାତିଙ୍କ ସଂଖ୍ୟା ୧୫ହଜାର ୯୯୯ଜଣ ଏବଂ ଅନୁସୂଚିତଜନଜାତିଙ୍କ ସଂଖ୍ୟା ରହିଛି ୭୪୯୧ଜଣ ରହିଛି । ସେହିପରି ସାଧାରଣବର୍ଗଙ୍କ ସଂଖ୍ୟା ୭୬୧୫୪ଜଣ ରହିଛନ୍ତି । ତେବେ ଜଟଣୀ ନିର୍ବାଚନ ମଣ୍ଡଳୀରେ ଚଳିତବର୍ଷ ୧୫ଟି ପଞ୍ଚାୟତ ମଧ୍ୟରୁ ୮ଟି ମହିଳାଙ୍କ ଲାଗି ସଂରକ୍ଷୀତ ରହିଛି । ୨ଟି ଜିଲାପରିଷଦ ଯୋନପାଇଁ ମହିଳା ସଂରକ୍ଷୀତ ରହିଛି । ଜଟଣୀ ନିର୍ବାଚନ ମଣ୍ଡଳୀରେ ସରପଞ୍ଚଲାଗି ଅଙ୍ଗାରପଡା ପଞ୍ଚାୟତପାଇଁ ମହିଳା ସଂରକ୍ଷଣ ରହିଥିବା ବେଳେ କନ୍ତିଆପାଇଁ ଅନୁସୂଚିତଜାତି,ଗଙ୍ଗପଡା ଅଣସଂରକ୍ଷୀତ,ଛଣଘର ମହିଳା, ଛତାବର ଅଣସଂରକ୍ଷୀତ ରଖାଯାଇଛି । ସେହିପରି ଜାମୁକୋଳି ଅନୁସୂଚିତଜାତି(ମହିଳା) ରହିଥିବା ବେଳେ ତରାବୋଇ, ପ୍ରଧାନସାହୀ ଓ ତିରିମଲ ପଚାଂୟତପାଇଁ ଅଣସଂରକ୍ଷୀତ ରହିଛି । ପଦନପୁର ଏବଂ ଯାଂଆଳା ପଚାଂୟତଲାଗି ଅନୁସୂଚିତଜାତି (ମହିଳା) ରହିଥିବା ବେଳେ ପଚୁଂପଲୀ,ହରିପୁର ଓ ବେଣାପଜଂରୀ ମହିଳା ସଂରକ୍ଷଣ କରାଯାଇଛି । ମଦନପୁର ପଚାଂୟତକୁ ଅନୁସୂଚିତଜାତି ସଂରକ୍ଷଣରେ ସାମିଲ କରାଯାଇଛି । ସଂରକ୍ଷଣର ଚୁଡାନ୍ତ ତାଲିକା ପ୍ରକାଶ ପାଇବା ସହିତ ସେମାନଙ୍କର ସାଂକେତିକ ଚିହ୍ନକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ନିମନ୍ତେ ଅଣ୍ଟାଭିଡ଼ିଛନ୍ତି ଆଶାୟୀ ପ୍ରାର୍ଥୀମାନେ । ଚଳିତ ନିର୍ବାଚନରେ ବିଭିନ୍ନ ପଞ୍ଚାୟତରେ ଦିର୍ଘଦିନର ସମସ୍ୟାକୁ ନେଇ ଭୋଟରମାନେ ମୁଦ୍ଦା ରଖିବେ ବୋଲି ସେମାନେ ସ୍ଥାନୀୟ ରାଜନେତାମାନଙ୍କୁ ସୁଚାଇ ଦେଲେଣି । ବ୍ଲକର କେତେକ ପଞ୍ଚାୟତର ଗ୍ରାମବାସୀମାନେ ଭୋଟବର୍ଜନ କରିବାକୁ ସଜବାଜ ହେଲେଣି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳା ଓ ଶିକ୍ଷିତ ଯୁବଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଜଟଣୀର ରାଜନୈତିକ ବିଷାରଦମାନେ ମତପୋଷଣ କରିଛନ୍ତି । ସରକାରଙ୍କ ନିର୍ଦ୍ଧେଶନୁଯାୟୀ ପ୍ରଚାରପ୍ରସାରଲାଗି ସୋସିଆଲମିଡିଆ ତଥା ହ୍ୱାଟ୍ସଆପ,ଇନଷ୍ଟାଗ୍ରାମ,ଫେସବୁକ ଇତ୍ୟାଦି ମୂଖ୍ୟ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି । ତେବେ ଚଳିତ ନିର୍ବାଚନରେ ନୂତନଭାବେ ଆସିଥିବା ଭୋଟରମାନଙ୍କ ନିକଟତର ହୋଇ ନିଜ ଆଡକୁ ଆକର୍ଷିତ କରୁଛନ୍ତି ଆଶାୟୀ ପ୍ରାର୍ଥୀମାନେ । ତେବେ ଚଳିତ ନିର୍ବାଚନଲାଗି ସମସ୍ତ ପ୍ରମୁଖ ଦଳମାନେ ଗଡ ସଜାଡିବାରେ ଲାଗିପଡିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୪/୨/୨୦୨୨—୬,୫୫ Sakhigopal News, 4/2/2022