ପଞ୍ଚାୟତ ନିର୍ବାଚନ ପାଇଁ ସତ୍ୟବାଦୀ ବ୍ଳକରେ ପହଞ୍ଚିଲା ଆନୁସଙ୍ଗିକ ଉପକରଣ
Relevant tools have arrived in the Satyavadi block for the panchayat elections.
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ଆସନ୍ତା ୨୦ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ବ୍ଳକ ପ୍ରଶାସନ ପକ୍ଷରୁ ସଜବାଜ ଆରମ୍ଭ ହୋଇଯାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଆନୁସଙ୍ଗିକ ଉପକରଣ କିଛି ମାତ୍ରାରେ ସତ୍ୟବାଦୀ ବ୍ଳକରେ ପହଞ୍ଚିଥିବା ଜଣାପଡିଛି । ସେଥିମଧ୍ୟରୁ କେତେକ ରସିଦ ବହି, ଫର୍ମା, ଭୋଟ ବାକ୍ସରେ ମରାହେବା ପାଇଁ କାଗଜ, ଲଫଫା ଆଦି କିଛି ଜିନିଷ ଆସି ପହଞ୍ଚିଥିବା ଜଣାପଡିଛି । ଏ ଗୁଡିକ ସଠିକ ଅଛିକି ନାହିଁ ଭାରପ୍ରାପ୍ତ ପଞ୍ଚାୟତ ଅଧିକାରୀ ସୌଭାଗ୍ୟ ରଞ୍ଜନ କର ବ୍ଳକର ଅନ୍ୟ କର୍ମଚାରୀ ମାନଙ୍କୁ ଧରି ତଦାରଖ କରୁଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୨/୨୦୨୨---୬,୨୦
Sakhigopal News, 4/2/2022